ଅଧ ରାତିରେ ଶୁଭିଲା ଅଦ୍ଭୁତ ଶବ୍ଦ, ଉଠି ଦେଖିଲା ବେଳକୁ ରୋଷେଇ ଘରେ ପଶୁଥିଲା ବିଶାଳ ହାତୀ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡର ହୁଆ ହୀନରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଏକ ବିଶାଳ ହାତୀ ଖାଦ୍ୟ ଖୋଜିଖୋଜି ଘର ଭାଙ୍ଗି ରୋଷେଇ ଘରେ ଆସି ପସିଥିବା ଦେଖିବାକୁ ମିଳିଛି। ଘର ମାଲିକ ଏହି ଘଟଣାର ଫଟୋ ଫେସବୁକରେ ସେୟାର କରିବା ପରେ ଏହା ଭାଇରାଲ ହୋଇଯାଇଥିଲା। ସେ ଏହି ପୋଷ୍ଟ କରି ଲେଖିଥିଲେ, ‘ତୁମେ ପ୍ରତିଦିନ ଆସି ପାରିବ!’

ଘର ମାଲିକ ରାଚାଦାୱନ ଫୁଙ୍ଗପ୍ରାସୋପ୍ରୋନଙ୍କ କହିବାନୁସାରେ, ରବିବାର ରାତି ପାଖାପାଖି ୨ଟା ସମୟ ହେବ ବାହାରେ ତାଙ୍କୁ ଏକ ଅଦ୍ଭୁତ ଶବ୍ଦ ହେଉଥିବା ଶୁଣିବାକୁ ମିଳିଥିଲା। ଏହାପରେ ସେ କ’ଣ ଶବ୍ଦ ହେଉଛି ବୋଲି ବିଛଣାରୁ ଉଠି ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଘର କାନ୍ଥ ଭଙ୍ଗା ହୋଇଥିବା ବେଳେ ରୋଷେଇ ଘରେ ଥିବା ଖାଦ୍ୟ ଖାଇବାକୁ ହାତୀଟିଏ ଶୁଣ୍ଢ ଗଳାଇଥିଲା।

ସୌଭାଗ୍ୟବଶତଃ ହାତୀଟି ରାଗରେ ନଥିଲା। ରାଚାଦାୱନ ଭୟ କରିକରି ହାତୀର ଗୁଡାଏ ଫଟୋ ଉଠାଇ ଦେଇଥିଲେ।
ଦ ଡିପାର୍ଟମେଣ୍ଟ ଅଫ ନ୍ୟାସନାଲ ପାର୍କ, ୱାଇଲର୍ଡ ଲାଇଫ ଆଣ୍ଡ ପ୍ଲାଣ୍ଟ କଞ୍ଜର୍ଭେସନ ଓ ଅନ୍ୟ ଅଧିକାରୀମାନେ ଘର ମାଲିକଙ୍କ ଯାହା କ୍ଷତି ହୋଇଛି ତାହାର ପୂରଣ ପାଇଁ ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର