ସ୍ୱର୍ଗଠାରୁ କମ୍‌ ନୁହେଁ ଏହି ସବୁ ହୋଟେଲ, ଫଟୋ ଦେବ ଏହାର ପ୍ରମାଣ

ଯେକୌଣସି ବ୍ୟକ୍ତିର ସ୍ୱପ୍ନଥିବ ଦିନେ ନା ଦିନେ ଏପରି ଏକ ହୋଟେଲକୁ ଯିବ, ଯାହା ଆରାମଦାୟକ ହୋଇଥିବ ଓ ଜୀବନର ସବୁ ସୁଖ ସୁବିଧା ସେ ହୋଟେଲରେ ଉବଲବ୍ଧ ଥିବ । ଆଜି ଆମେ ଆପଣଙ୍କୁ ଦୁନିଆର ଏପରି କିଛି ହୋଟେଲ ବିଷୟରେ କହିବାକୁ ଯାଉଛୁ । ଯାହା କେଉଁ ସ୍ୱର୍ଗଠାରୁ କମ୍‌ ନୁହେଁ, ଏହାକୁ ଦେଖିବା ମାତ୍ରେ ଆପଣଙ୍କ ମନ ମଧ୍ୟ ଏଠାକୁ ଯିବାକୁ ଉଚ୍ଛା କରିବ ।

ମାଳଦୀପର ରେଙ୍ଗାଲି ଆଇସିଲ୍ୟାଣ୍ଡରେ ନିର୍ମିତ କୋନରାଡ ହୋଟେଲ । ଏହି ହୋଟେଲକୁ ସମୁଦ୍ର ମଝିରେ ନିର୍ମାଣ କରାଯାଇଛି, ଆପଣ ଯଦି ଏହି ହୋଟେଲରେ ରାତ୍ରିଯାପନ କରିବେ ତାହେଲେ ଆପଣଙ୍କୁ ମାଛମାନଙ୍କ ଗହଣରେ ରହିବା ଭଳି ଅନୁଭବ ହେବ ।

ପାହାଡର ଶିଖରରେ ଅବସ୍ଥିତ ସୁଇଜରଲ୍ୟାଣ୍ଡର ଇଷ୍ଟର କ୍ଲିଫ ହୋଟେଲ । ଏହାର ନିର୍ମାଣ ଏପରି ଭାବେ ହୋଇଛି ଯେ ଯେଉଁ ବ୍ୟକ୍ତି ଏହି ହୋଟେଲକୁ ଆସିବେ ଏକ ନୂଆ ଅନୁଭୂତି ପାଇବେ । 

ଫ୍ରାନ୍ସର ଇଟପ୍ରପ୍‌ ରିଭ ହୋଟେଲ, ଏହା ପୁରା ପ୍ରକୃତିର କୋଳରେ ଅବସ୍ଥିତ । ଏହି ହୋଟେଲ ପୁରା କାଚରେ ନିର୍ମିତ ଏବଂ ଏହା ସବୁବେଳେ ବରଫ ଦ୍ୱାରା ଘୋଡାଇ ହୋଇରହିଥାଏ ।

ଇଟାଲିରେ ଥିବା ରେଷ୍ଟୁରାଣ୍ଟ ଗ୍ରୋଟା ହୋଟେଲ, ଏହା ପାହଡ ଉପରେ ଏକ ଗୁମ୍ଫାରେ ଅବସ୍ଥିତ । ସଂଧ୍ୟା ସମୟରେ ଏହାର ଦୃଶ୍ୟ ଅତି ସୁନ୍ଦର ହୋଇଥାଏ, ଏହି ହୋଟେଲରେ ଯଦି ଆପଣ ରାତ୍ରିଯାପନ କରିବେ ତେବେ ଆପଣଙ୍କୁ ସ୍ୱର୍ଗରେ ରହିବା ଭଳି ଅନୁଭବ ହେବ । 

amarujala

ଫିଲିପିନ୍ସରେ ଅବସ୍ଥିତ ଦ ଭିଲାସ ଏସକୁଡୋର ରେଷ୍ଟୁରାଣ୍ଟ । ଏଠାରେ ଥିବା ଝରଣା ଅସଲି ଅଟେ ଓ ଏଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ ସମ୍ପୂର୍ଣ୍ଣ ସୁବିଧା ଉପଲବ୍ଧ ଅଛି । 

ସମ୍ବନ୍ଧିତ ଖବର