ରାଜ୍ୟଗୋଷ୍ଠୀ କ୍ରୀଡ଼ା : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ସିନ୍ଧୁ

ବର୍ମିଂହାମ : ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ପି.ଭି.ସିନ୍ଧୁ । ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କର ୩ୟ ସିଙ୍ଗଲ୍ସ ପଦକ ତଥା ପ୍ରଥମ ସ୍ବର୍ଣ୍ଣ ପଦକ ।

 

ସୋମବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲ ମ୍ୟାଚ ଉପରେ ସମସ୍ତଙ୍କ ନଜର ଥିଲା । କାରଣ ଏହି ମ୍ୟାଚ ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ  ବିଶ୍ବର ନଂ୧୩ ମାନ୍ୟତା ପ୍ରାପ୍ତ ତଥା ପୂର୍ବତନ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣପଦକ ବିଜୟିନୀ ମିସେଲ ଲିଙ୍କ ମଧ୍ୟରେ ହେବାର ଥିଲା । ସିନ୍ଧୁ ପ୍ରଥମ ଗେମକୁ ସିଧାସଳଖ ୨୧-୧୫ ସେଟରେ ଜିତି ନେଇଥିଲେ । ୨ୟ ଗେମରେ ପ୍ରତ୍ୟାବର୍ତ୍ତନ କରିବାକୁ ଲି ଚେଷ୍ଟା କରିଥିଲେ ବି ସିନ୍ଧୁଙ୍କ ଆଗରେ ବେଶୀସମୟ ତିଷ୍ଠି ପାରିନଥିଲେ । ୨ୟ ଗେମକୁ ବି ସିନ୍ଧୁ ୨୧-୧୩ ସେଟରେ ଜିତି ନେଇଥିଲେ ଓ ଐତିହାସିକ ସ୍ବର୍ଣ୍ଣକୁ ହାସଲ କରିଥିଲେ ।

ଆଜିର ସ୍ବର୍ଣ୍ଣ ପଦକ ବିଜୟ ସହ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତ ନିଜର ସ୍ବର୍ଣ୍ଣ ପଦକ ଖାତା ଖୋଲିଛି । ତେବେ ଡବଲ୍ସ ବର୍ଗରେ ପୂର୍ବରୁ ହିଁ ଭାରତ ଏକ ପଦକ ନିଶ୍ଚିତ କରିସାରିଛି । ଟ୍ରିସା ଜଲି ଓ ଗାୟତ୍ରୀ ଗୋପିଚାନ୍ଦଙ୍କ ଯୋଡ଼ି ଅଷ୍ଟ୍ରେଲିଆର ଓ୍ବେଣ୍ଡି ସିଆନ ୟୁ ଚେନ ଓ ଗ୍ରୋନ୍ୟା ସମରଭିଲ୍ଲେଙ୍କୁ ହରାଇ କାଂସ୍ୟ ଜିତିସାରିଛି । ସେହିପରି ପୁରୁଷ ସିଙ୍ଗଲସରେ କାଦମ୍ବି ଶ୍ରୀକାନ୍ତ ମଧ୍ୟ କାଂସ୍ୟ ଜିତିଛନ୍ତି ।

 

 

ସମ୍ବନ୍ଧିତ ଖବର