ରାଜ୍ୟ ବିଲିୟାର୍ଡସ୍‌ ଓ ସ୍ନକର ପ୍ରତିଯୋଗିତା 

ଭୁବନେଶ୍ୱର: ୨୪ତମ ନିଖିଳ ଓଡ଼ିଶା ରାଜ୍ୟ ମାନ୍ୟତା ବିଲିୟାର୍ଡସ୍‌ ଓ ସ୍ନକର (ବରିଷ୍ଠ ଓ କନିଷ୍ଠ) ପ୍ରତିଯୋଗିତା ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ କଟକ କ୍ଲବ୍‌ (କଟକ)ରେ ଆରମ୍ଭ ହେବ। କନିଷ୍ଠ ସ୍ନକର ଓ ବରିଷ୍ଠ ବିଲିୟାର୍ଡସ୍‌ ବୁଧବାରଠାରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବାକୁ ଥିଲା ବେଳେ ବରିଷ୍ଠ ସ୍ନକର ଓ କନିଷ୍ଠ ବିଲିୟାର୍ଡସ୍‌ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଶୁତୋଷ ପାଢୀ ଓ ସୁବ୍ରତ ଦାସ ବରିଷ୍ଠ ସ୍ନକରରେ ଶୀର୍ଷ ମାନ୍ୟତା ପାଇଥିଲା ବେଳେ ବିଲିୟାର୍ଡସ୍‌ରେ ସୁବ୍ରତ ଦାସ ଓ କୁନାଲ ଅଗ୍ରଓ୍ଵାଲ୍‌ ଯଥାକ୍ରମେ ଶୀର୍ଷ ଓ ଦ୍ୱିତୀୟ ମାନ୍ୟତା ପାଇଛନ୍ତି। ପ୍ରତ୍ୟେକ ବର୍ଗରୁ ଶ୍ରେଷ୍ଠ ୨ ଲେଖାଏଁ ଖେଳାଳି ଆସନ୍ତାବର୍ଷ ଜାନୁଆରିରେ ବାଙ୍ଗାଲୋରରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବେ ବୋଲି ଓଡ଼ିଶା ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର