ହୋପ୍ଙ୍କ ଶତକ; ପ୍ରଥମ ଦିନିକିଆ ଜିତିଲା ୱେଷ୍ଟଇଣ୍ଡିଜ୍
ଆମ୍ଷ୍ଟରଡାମ୍ : ନେଦରଲାଣ୍ଡ୍ସ ଗସ୍ତରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଦିନିକିଆ ଶୃଙ୍ଖଳା ଖେଳିବାକୁ ଯାଇଥିବା ଇଣ୍ଡିଜ୍ ଦଳ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍କୁ ୭ ୱିକେଟ୍ରେ ଜିତିନେଇଛି। ମଙ୍ଗଳବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ ଅଧାରେ ବର୍ଷା ବାଧକ ସାଜିବାରୁ ଉଭୟ ପାଳିକୁ ୪୫ ଓଭର ବିଶିଷ୍ଟ ରଖାଯାଇଥିଲା। ଏଥିରେ ଟସ୍ ହାରିଥିବା ନେଦରଲାଣ୍ଡ୍ସ ଦଳ ତେଜା ନିଦାମନୁାରୁ (୫୮*)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୪୦/୭ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜବାବରେ ଓପ୍ନର ସାଇ ହୋପ୍ (୧୧୯*)ଙ୍କ ଅପରାଜିତ ଶତକ ଏବଂ ସମରା ବ୍ରୁକ୍ସ (୬୦) ଓ ବ୍ରାଣ୍ଡନ କିଙ୍ଗ୍ (୫୮*)ଙ୍କ ଅର୍ଦ୍ଧଶତକ ବଳରେ ଇଣ୍ଡିଜ୍ ୧୧ ବଲ୍ ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ହୋପ୍ ଓ ବ୍ରୁକ୍ସ ପ୍ରଥମ ୱିକେଟ୍ରେ ୧୨୦ ରନ୍ ଯୋଡ଼ି ଦୃଢ଼ ମୁଳଦୁଆ ପକାଇବା ପରେ ଅସମାପ୍ତ ଚତୁର୍ଥ ୱିକେଟ୍ରେ ହୋପ୍ ଓ କିଙ୍ଗ୍ଙ୍କ ୧୧୬ ରନ୍ ଭାଗୀଦାରି ବଳରେ ୪୩.୧ ଓଭରରେ ୨୪୯/୩ କରିନେଇଥିଲା। ହୋପ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭ୍ରମଣକାରୀ ଦଳ ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।