ବନ୍ଧୁକ ପ୍ରଶିକ୍ଷଣ ଶିବିରରୁ ୧୦ କୃତକାର୍ଯ୍ୟ

ଭୁବନେଶ୍ବର: ଓଡ଼ିଶା ରାଇଫଲ୍ ସଂଘ ଆନୁକୂଲ୍ୟରେ ଫାୟାରଆର୍ମ ପ୍ରଶିକ୍ଷଣ ପ୍ରମାଣପତ୍ର ପାଠ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ପ୍ରଶିକ୍ଷାର୍ଥୀ ସଫଳତାର ସହ ଏହି ପାଠ୍ୟକ୍ରମ ଶେଷ କରିଛନ୍ତି। ଏହି ପ୍ରଶିକ୍ଷଣ ଶିବିର କଳିଙ୍ଗ ଷ୍ଟାଡିୟମସ୍ଥିତ ସୁଟିଂ ରେଞ୍ଜ୍‌ରେ ଅନୁଷ୍ଠିତ ହୋଇଥିଲା। ଏହାକୁ ଓଡ଼ିଶା ରାଇଫଲ୍ ସଂଘର ଯୁଗ୍ମ ସଂପାଦକ ବଳଭଦ୍ର ଦାସ ଏବଂ ଓଡ଼ିଶାର ଏକମାତ୍ର ଆଇଏସ୍‌ଏସ୍ଏଫ୍ ସ୍ବୀକୃତିପ୍ରାପ୍ତ ପ୍ରଶିକ୍ଷକ ଆଶିଷ ନାୟକ ପରିଚାଳନା କରିଥିଲେ। ତିନି ଦିନିଆ ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ରାଇଫଲ୍, ପିସ୍ତଲ, ସଟଗନ୍ ସମ୍ବନ୍ଧୀୟ ଜ୍ଞାନ, ବ୍ୟବହାର, ବିଦ୍ଧି, ସୁରକ୍ଷା ନିୟମ ସହ ବନ୍ଧୁକର ଯତ୍ନ ଏବଂ ଚାଳନା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାର ଦ୍ବିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଗୁରୁବାରଠାରୁ ଆରମ୍ଭ ହୋଇଛି। ସଫଳ ପ୍ରଶିକ୍ଷାର୍ଥୀମାନଙ୍କୁ ଓଡ଼ିଶା ରାଇଫଲ୍ ସଂଘର ସଂପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ସଫଳତାର ସହ ପାଠ୍ୟକ୍ରମ ଶେଷ କରିଥିବା ପ୍ରଶିକ୍ଷାର୍ଥୀମାନେ ହେଲେ: ପ୍ରକାଶ ଚନ୍ଦ୍ର ପ୍ରଧାନ, ଗୌତମ ସ୍ବାଇଁ, ପରମେଶ୍ବର ପ୍ରଧାନ, ଜନାର୍ଦ୍ଦନ ସାହୁ, ଲୋକନାଥ ପ୍ରଧାନ, ରମାକାନ୍ତ ପ୍ରଧାନ, ମନୋଜ କୁମାର ପ୍ରଧାନ, ଦିଲୀପ କୁମାର ସାହୁ, ସମରଜିତ ପଟ୍ଟନାୟକ, ଚେତ୍ରଜ ପ୍ରଳୟ କୁମାର ଦାସ।

ସମ୍ବନ୍ଧିତ ଖବର