ରାଜସ୍ଥାନ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୭ମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଶସ୍ତାରେ ପାଭିଲିୟନ ଫେରିବା ପରେ ଦଳ ବିପଦରେ ପଡ଼ିଥିଲା । ତେବେ ଅଧିନାୟକ ଋଷଭ ପନ୍ତ ସତର୍କତାର ସହ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେହିପରି ଲଲିତ ଯାଦବ ୨୦ ରନ ଓ ଟମ କୁରାନ ୨୧ ରନ କରିଥିଲେ । ମାତ୍ର ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ମଧ୍ୟ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ଦିଲ୍ଲୀ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୭ ରନ କରିଥିଲା ।

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି । ରାଜସ୍ଥାନ ଦଳ ଗୋଟିଏ ମ୍ୟାଚ ଖେଳି ସେଥିରେ ପରାଜୟ ବରଣ କରିଛି । ଫଳରେ ଦଳ ଏପର୍ଯ୍ୟନ୍ତ କୌଣସି ପଏଣ୍ଟ ପାଇପାରିନାହିଁ ।

ସମ୍ବନ୍ଧିତ ଖବର