ଆଇପିଏଲ : ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୫୧ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୯ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୫୧ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।

ଆଜି ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ କ୍ବିଣ୍ଟନ ଡିକକ୍ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ସହଭାଗିତାରେ ୫୧ ରନ ଯୋଡ଼ିବା ପରେ ରୋହିତ ୩୨ ରନ କରି ଆଉଟ ହୋଇଥିଲେ । ତେବେ ଡିକକ୍ ସର୍ବାଧିକ ୪୦ ରନ କରିଥିଲେ । ଶେଷ ବେଳକୁ କେରନ ପୋଲାର୍ଡ ୨୨ ବଲରୁ ଦ୍ରୁତ ୩୫ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମୁଜିବୁର ରେହମାନ ଓ ବିଜୟ ଶଙ୍କର ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ମୁମ୍ବାଇ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇଛି । ତେବେ ହାଇଦ୍ରାବାଦ ଦଳ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳିଥିଲେ ବି କୌଣସି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ ।

ସମ୍ବନ୍ଧିତ ଖବର