ଆଇପିଏଲ : ଚେନ୍ନାଇ ଆଗରେ ୧୭୪ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ଚେନ୍ନାଇ ଆଗରେ ୧୭୪ ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।

ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ମହିପାଲ ଲାମରୋରଙ୍କ ୪୨ରନ, ବିରାଟ କୋହଲିଙ୍କ ୩୦ରନ, ଫାଫ ଡୁପ୍ଲେସିସଙ୍କ ୩୮ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୧୭୩ ରନ କରିଥିଲା । ରଜତ ପଟିଦାର ୨୧ରନ ଓ ଦିନେଶ କାର୍ତ୍ତିକ ୨୬ରନର ଯୋଗଦାନ ଦେଇଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଚେନ୍ନାଇ ପକ୍ଷରୁ ମହିସ ତିକ୍ଷଣା ୩ଟି ଓ ମୋଇନ ଅଲ୍ଲି ୨ଟି ଓ୍ବିକେଟ ନେଇଥିଲେ ।

ସୂଚନାଯୋଗ୍ୟ ଯେ, ଆଇପିଏଲରେ ମହେନ୍ଦ୍ର ସିଂ ଧୋନି ଆଜି ଏକ ବିରଳ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ନିଜ ଦଳ ଚେନ୍ନାଇ ସୁପରକିଙ୍ଗସ ପାଇଁ ସେ ଆଜି ୨୦୦ତମ ମ୍ୟାଚ ଖେଳୁଛନ୍ତି । ପୂର୍ବରୁ କେବଳ ବିରାଟ କୋହଲି ଗୋଟିଏ ଦଳ ପାଇଁ ୨୦୦ଟି ମ୍ୟାଚ ଖେଳିବାର ରେକର୍ଡ କରିଥିଲେ । ତେବେ ୨୦୦୮ରେ ଅନୁଷ୍ଠିତ ଆଇପିଏଲର ପ୍ରଥମ ସଂସ୍କରଣରୁ ହିଁ ଆଇପିଏଲ ଖେଳୁଥିବା ଧୋନି ଏପର୍ଯ୍ୟନ୍ତ ମୋଟ ୨୩୦ଟି ମ୍ୟାଚ ଖେଳିସାରିଲେଣି ।

 

 

ସମ୍ବନ୍ଧିତ ଖବର