ବିଶ୍ୱକପ୍‌: ଜସନ ରୟଙ୍କ ବିସ୍ଫୋରକ ୧୫୩ ରନ୍‌, ବାଂଲାଦେଶକୁ ୩୮୭ ରନ୍‌ ଟାର୍ଗେଟ ଦେଲା ଇଂଲଣ୍ଡ

କାର୍ଡିଫ: ଜସନ ରୟଙ୍କ ବିସ୍ଫୋରକ ବ୍ୟାଟିଂ (୧୫୩ ରନ୍‌) ବଳରେ ଇଂଲଣ୍ଡ ଶନିବାର ବାଂଲାଦେଶ ବିପକ୍ଷରେ ୩୮୬ ରନ୍‌ କରିଛି। ମେହନ୍ଦି ହାସନଙ୍କ ବଲ ମୋର୍ତାଜାଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହେବା ପୂର୍ବରୁ ଜସନ ରାୟ ୧୨୧ଟି ବଲ ଖେଳି ନିଜ ଇନିଂସରେ ୧୪ଟି ଚୌକା ଓ ୫ଟି ଛକା ସାମିଲ କରିଥିଲେ। ଆଇସିସି ବିଶ୍ୱକପ୍‌ର କାର୍ଡିଫ ଠାରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଇଂଲଣ୍ଡକୁ ବ୍ୟାଟିଂ ଆମନ୍ତ୍ରଣ ମିଳିଥିଲା। ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ ହରାଇ ୩୮୬ ରନ୍‌ କରିବା ପରେ ବାଂଲାଦେଶକୁ ୩୮୭ ରନ୍‌ ଟାର୍ଗେଟ ମିଳିଛି।

ଇଂସନିସ ଆରମ୍ଭରୁ ଇଂଲଣ୍ଡର ପ୍ରଭାବଶାଳୀ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଟିମ୍‌ ପ୍ରଥମ ଓ୍ଵିକେଟରେ ୧୨୮ ରନ କରିଥିବା ବେଳେ ଦ୍ୱିତୀୟ ଓ୍ଵିକେଟ ବେଳକୁ ସ୍କୋର ୨୦୫ ରନ ହୋଇସାରିଥିଲା। ବାଂଲାଦେଶର ୩ୟ ଶିକାର ହୋଇଥିଲେ ଜସନ ରୟ। ସ୍କୋର ୩୩୦ ରନ ବେଳକୁ ଜୋସ ବଟଲର ଆଉଟ ହୋଇଥିଲେ। ସେତେବେଳକୁ ୪୫.୨ ଓଭର ଶେଷ ହୋଇଥିଲା। ଇଂଲଣ୍ଡ ୩୪୦ ରନ୍‌ରେ ଇଅନ ମୋର୍ଗାନ ଓ ୩୪୧ ରନରେ ବେନ ଷ୍ଟୋକସଙ୍କୁ ହରାଇଥିଲା।

Hindustan Times

ଇଂଲଣ୍ଡ ସ୍କୋରବୋର୍ଡ

ଜସନ ରୟ: କ-ମୋର୍ତାଜା-ବୋ-ମେହନ୍ଦି ହାସନ, ୧୫୩ ରନ, ୧୨୧ ବଲ, ୧୪ ଚୌକା, ୫ ଛକା
ଜନି ବେୟାରଷ୍ଟୋ: କ-ମେହେନ୍ଦି-ବୋ-ମାର୍ତାଜା, ୫୧ ରନ, ୫୦ ବଲ, ୬ ଚୌକା
ଜୋଏ ରୁଟ: ବୋ-ସଫିଉଦ୍ଦୀନ, ୨୧ ରନ, ୨୯ ବଲ, ୧ ଚୌକା
ଜୋସ ବଟଲର: କ-ସୌମ୍ୟ ସରକାର-ବୋ-ସଫିଉଦ୍ଦୀନ, ୬୪ ରନ, ୪୪ ବଲ, ୨ ଚୌକା, ୪ ଛକା
ଇଅନ ମୋର୍ଗାନ: କ-ସୌମ୍ୟ ସରକାର-ବୋ-ମେହେନ୍ଦି, ୩୫ ରନ, ୩୩ ବଲ, ୧ ଚୌକା, ୨ ଛକା
ବେନ ଷ୍ଟୋକସ: କ-ମୋର୍ତାଜା-ବୋ-ମୁସ୍ତାଫିଜୁର, ୬ ରନ, ୭ ବଲ
କ୍ରସି ଓ୍ଵକସ୍‌: ଅପରାଜିତ ୧୮ ରନ, ୮ ବଲ, ୨ ଛକା
ଲିଆମ ପ୍ଲଙ୍କେତ: ଅପରାଜିତ ୨୭ ରନ, ୯ ବଲ, ୪ ଚୌକା, ୧ ଛକା
ଅତିରିକ୍ତ: ୧୧ ରନ (ଲେଗବାଏ ୩, ଓ୍ଵାଇଡ ୭, ନୋ ୧)
ମୋଟ୍‌: ୩୮୬ ରନ (୬ ଓ୍ଵକେଟ, ୫୦ ଓଭର)

ସମ୍ବନ୍ଧିତ ଖବର