ଏଫ୍‌ଆଇଏଚ୍ ପୁରସ୍କାର ଦୌଡ଼ରେ ୪ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଓ ମହିଳା ଦଳର ଦୁଇ ସଫଳ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂହ ଓ ଗୁରଜିତ କୌର ‘ଏଫଆଇଏଚ୍ ପ୍ଲେୟାର ଅଫ୍ ଦି ଇୟର’ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ପୁରସ୍କାର ପାଇଁ ଘୋଷିତ ପୁରୁଷ ଓ ମହିଳା ହକି ଖେଳାଳିଙ୍କ ସଂକ୍ଷିପ୍ତ ତାଲିକାରେ ଉଭୟ ରହିଛନ୍ତି। ଭାରତୀୟ ଗୋଲ୍ ରକ୍ଷକ ପିଆର୍‌ ଶ୍ରୀଜେସ୍ ଓ ସବିତା ପୁନିଆ ମଧ୍ୟ ବର୍ଷର ଶ୍ରେଷ୍ଠ ଗୋଲ୍ ରକ୍ଷକ ପୁରସ୍କାର ପାଇଁ ଏଫ୍‌ଆଇଏଚ୍ ( ଅନ୍ତର୍ଜାତୀୟ ହକି ମହାସଂଘ) ଦ୍ବାରା ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଅଛନ୍ତି। ଏମାନଙ୍କ ଛଡ଼ା ଭାରତୀୟ ପୁରୁଷ ହକି ଦଳର ପ୍ରଶିକ୍ଷକ ଗ୍ରାହାମ ରିଡ୍ ଏବଂ ମହିଳା ହକି ଦଳର ପ୍ରଶିକ୍ଷକ ଜୋଏଡ୍ ମାରିନ୍ ମଧ୍ୟ ବର୍ଷର ଶ୍ରେଷ୍ଠ ପ୍ରଶିକ୍ଷକ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ହରମନପ୍ରୀତ ଟୋକିଓ ଅଲିମ୍ପିକ୍ସର ୮ ମ୍ୟାଚ୍ ଖେଳି ୬ ଗୋଲ୍ ଦେଇଥିଲେ। ଭାରତୀୟ ମହିଳା ଦଳ ସେମିଫାଇନାଲ୍ ଖେଳିବାରେ ଗୁରଜିତ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଅଲିମ୍ପିକ୍ସରେ ଶ୍ରୀଜେସ୍ ଓ ସବିତା ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର