ଉତ୍କଳରେ ୫ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ମାନିତ

ଭୁବନେଶ୍ବର : ରାଜ୍ୟର ଏକମାତ୍ର ବିବିଧ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରଶିକ୍ଷଣ କେନ୍ଦ୍ର ଭାବେ ପରିଚିତ ‘ଉତ୍କଳ କରାଟେ ସ୍କୁଲ୍‌’ର ୪୧ତମ ପ୍ରତିଷ୍ଠା ଦିବସ ରବିବାର ଅନୁଷ୍ଠିତ ହୋଇଯାଇଛି। ଜାତୀୟ କ୍ରୀଡ଼ା ଦିବସ ପାଳନ ସହିତ ଏହି ଅବସରରେ ରାଜ୍ୟର ୫ ଜଣ ବରିଷ୍ଠ କ୍ରୀଡ଼ା ସାମ୍ବାଦିକଙ୍କୁ ପୁରସ୍କୃତ କରାଯାଇଛି। ଓଡ଼ିଶାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଥିବା ‘ସମ୍ବାଦ’ର ଦେବାଶିଷ ସୁନ୍ଦରାୟ, ଓଟିଭିର ଡି ନିରଂଜନ ରେଡ୍ଡୀ, ପ୍ରମେୟର ସମୀର ରାଉତ, ସମାଜର ବେଣୁଧର ଦାସ, ନନ୍ଦିଘୋଷ ଟିଭିର ଦେବୀ ପ୍ରସନ୍ନ ପାଣିଗ୍ରାହୀଙ୍କୁ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି।

ରବିବାର ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଅନୁଷ୍ଠିତ ଏକ ନିରାଡ଼ମ୍ବର ଉତ୍ସବରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଡଃ ଦିଲ୍ଲୀପ ତିର୍କି, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଦୂରଦର୍ଶୀର ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କ‌ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଅନୁପମା ସ୍ବାଇଁଙ୍କ ସହିତ ଇଂ ଚିତ୍ତରଂଜନ ସ୍ବାଇଁ, ମୀର ଆଜମତ୍ ଅଲୀ, ସୁଶ୍ରୀ ଗୌରୀ ମହାନ୍ତି, ପୀୟୂଷ ମହାନ୍ତି, ରାଜୀବ ସିଂହ, ସନ୍ଦୀପ ମହାନ୍ତି, ଦୁର୍ଗା ପ୍ରସାଦ ରଥ, ଦୀପକ ସାମନ୍ତରାୟ, ମହେଶ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ତିନି ବର୍ଷ ତଳେ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ଧାରା ଗତବର୍ଷ କରୋନା କାରଣରୁ ସମ୍ଭବ ହୋଇନଥିଲା। ୨୦୧୮ରେ ସନାତନ ପାଣି, ସୁଶାନ୍ତ କୁମାର ମହାନ୍ତି, ସୁରେଶ ସ୍ବାଇଁ, ସମ୍ବିତ ମହାପାତ୍ର, ସମୀକ୍ଷା ପଟ୍ଟନାୟକ ଏବଂ ୨୦୧୯ରେ ସୁଜିତ ଦାସ, ତପନ ସ୍ବାଇଁ, ସଞ୍ଜୀବ ବିଶ୍ବାଳ, ସୂର୍ଯ୍ୟ ପ୍ରସାଦ ରଥ ଏବଂ ଉମାକାନ୍ତ ମିଶ୍ର ସମ୍ମାନିତ ହୋଇଥିଲେ।

ସମ୍ବନ୍ଧିତ ଖବର