ଆଉ ୯ ଦିନ:ଫେରିଲା ନୀଳ ଟର୍ଫର ଚମକ

ଭୁବନେଶ୍ୱର: ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ଭଳି ବଡ଼ ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପୂର୍ବରୁ ଦାୟିତ୍ୱହୀନ ଭାବେ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସର ପ୍ରବେଶ ପଥ ସହ ଚାରି ପଟରେ ନବୀକରଣ କାର୍ଯ୍ୟ ଆରମ୍ଭ କରି ଦିଆ ଯାଇଥିଲା। ଏଥିପାଇଁ ସମ୍ମୁଖ ଭାଗର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥିଲା। ତା’ ସହ ମୁଖ୍ୟ କଂପ୍ଲେକ୍ସରେ କୋଟି କୋଟି ଟଙ୍କା ବ୍ୟୟରେ ବିଛା ହୋଇଥିବା ନୀଳ ଟର୍ଫ ମଧ୍ୟ ଧୁଳି ଧୁଷରରେ ଭର୍ତି ହୋଇ ଯାଇଥିଲା। ଅଧିକ କ୍ଷତି ହେବା ପୂର୍ବରୁ ଅବଶ୍ୟ ଏହାକୁ ତମ୍ବୁରେ ଘୋଡ଼ାଇ ଦିଆ ଯାଇଥିଲା। ଗତ ଶନିବାର ଟର୍ଫରୁ ତମ୍ବୁ କାଢ଼ାଯିବା ସହ ଦମକଳ ଗାଡ଼ି ସହାୟତାରେ ଏହାକୁ ସଫା କରାଯାଇଥିଲା। ଟର୍ଫକୁ ପୂରା ସଫା ସୁତରା କରିବାକୁ ଅଗ୍ନିଶମ କର୍ମକାରୀଙ୍କୁ ଢେର କିଛି ସମୟ ଲାଗିଥିଲା। ଏବେ କିନ୍ତୁ କଳିଙ୍ଗ ଷ୍ଟାଡିୟମ୍‌ ନୀଳ ଟର୍ଫ ପୂରା ଚକମକ୍‌ କରୁଛି।

ସମ୍ବନ୍ଧିତ ଖବର