ଜର୍ମାନି ଖେଳାଳିଙ୍କ ନିରବ ପ୍ରତିବାଦ

ଦୋହା: ‘ୱାନ୍‌ଲଭ୍‌’ ଆର୍ମବ୍ୟାଣ୍ଡକୁ ଫିଫାର ପ୍ରତିବନ୍ଧକକୁ ବିରୋଧ କରି ଜର୍ମାନି ଖେଳାଳିମାନେ ଜାପାନ୍‌ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ ପୂର୍ବରୁ ପ୍ରତିବାଦ ଜଣାଇଛନ୍ତି। ବୁଧବାର ମ୍ୟାଚ୍‌ ପୂର୍ବ ଫଟୋ ସେସନ୍‌ ବେଳେ ଜର୍ମାନି ଖେଳାଳିମାନେ ନିଜନିଜର ପାଟିରେ ହାତ ରଖି ନିରବ ପ୍ରତିବାଦ ଜଣାଇଥିଲେ। ବିଶ୍ବକପ୍‌ ଆୟୋଜକ କାତାରରେ ସମଲିଙ୍ଗୀ ସମ୍ପର୍କ ବେଆଇନ ରହିଛି। ହେଲେ ୟୁରୋପୀୟ ଦେଶଗୁଡ଼ିକ ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ ଜଣାଉଛନ୍ତି। ତେଣୁ ଫିଫା ବିଶ୍ବକପ୍‌ ଖେଳିବାକୁ ଆସିଥିବା ୟୁରୋପୀୟ ଦେଶ ଏହାକୁ ସମର୍ଥନ ଜଣାଇ ‘ୱାନ୍‌ଲଭ୍‌’ ଆର୍ମବ୍ୟାଣ୍ଡ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ଏହା ନକରିବା ଲାଗି ୭ ୟୁରୋପୀୟ ଦଳକୁ ବିଶ୍ବ ଫୁଟ୍‌ବଲ୍‌ ସଂସ୍ଥା ଫିଫା ଧମକ ଦେଇଥିଲା।

ସମ୍ବନ୍ଧିତ ଖବର