ଆଡିଲେଡ : ଆଡିଲେଡ ଓଭାଲଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ଏବେ ନାଟକୀୟ ସ୍ଥିତିରେ ରହିଛି । ଅଷ୍ଟ୍ରେଲିଆର ୨୯୯ ରନ ଟାର୍ଗେଟର ପିଛା କରିବାକୁ ଯାଇ ଭାରତ ୩୦ ଓଭର ଶେଷ ସୁଦ୍ଧା ୩ ଓ୍ଵିକେଟ ହରାଇ ୧୬୦ ରନ ସଂଗ୍ରହ କରିଛି । ଏହା ପୂର୍ବରୁ ଭାରତ ନିଜର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ଵନଙ୍କ ଓ୍ଵିକେଟ ହରାଇଥିଲା । ଶିଖର ଧଓ୍ଵନ ୨୮ ବଲରେ ୩୨ରନ ଓ ୫୨ ବଲରେ ୪୩ ରନ ସଂଗ୍ରହ କରିଥିଲା । ଏହା ପରେ ଅମ୍ବାତି ରାଇଡୁ ୨୪ ରନ କରି ଆଉଟ ହୋଇଥିଲେ । ତେବେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଅଧିନାୟକ ବିରାଟ କୋହଲି ଏବେ ନିଜର ୫୦ ରନ ପୂରଣ କରି ଅପରାଜିତ ଅଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ଅଷ୍ଟ୍ରେଲିଆ ଟସ ଜିଣି ପ୍ରଥମେ ବାଟିଂ କରି ଭାରତ ସମ୍ମୁଖରେ ବିଶାଳ୨୯୯ରନର ବିଜୟ ଲକ୍ଷ୍ୟ ରଖିଥିଲା । ଅଷ୍ଟ୍ରେଲିଆର ସଫଳ ବ୍ୟାଟ୍ସମ୍ୟାନ ସନ୍ ମାର୍ସଙ୍କ ଶତକ( ୧୩୧ ରନ,୧୧ଚୌକା, ୩ଛକା) ସହାୟତାରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ଓ୍ଵିକେଟ ହରାଇ୨୯୮ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ପଦାର୍ପଣ ମ୍ୟାଚ୍ ଖେଳୁଥିବା ମହମ୍ମଦ ସିରାଜ। ସିରାଜ ୧୦ ଓଭରରେ ୭୬ ରନ୍ ବ୍ୟୟ କରିଥିଲେ ମଧ୍ୟ ଗୋଟିଏ ବି ସଫଳତା ପାଇ ପାରି ନ ଥିଲେ।ଅପରପକ୍ଷେ ଭାରତର ସଫଳ ବୋଲର ଭାବେ ଭୁବନେଶ୍ୱର କୁମାର ୧୦ ଓଭର ବୋଲିଂ କରି ୪୫ରନ୍ ବିନିମୟରେ ୪ ଓ୍ଵିକେଟ ଅକ୍ତିଆର କରିଛନ୍ତି।