ଭାରତୀୟ ଦଳ ସହ ବିଶାଖାପାଟଣାରେ ଥିବା ବେଳେ କନ୍ୟା ସନ୍ତାନର ଜନକ ହେଲେ ଆଜିଙ୍କ୍ୟ ରହାଣେ

ମୁମ୍ବାଇ: ଭାରତୀୟ ଟେ‌ଷ୍ଟ ଦଳର ଉପଅଧିନାୟକ ଆଜିଙ୍କ୍ୟ ରହାଣେ କନ୍ୟା ସନ୍ତାନର ଜନକ ହୋଇଛନ୍ତି। ତାଙ୍କ ପତ୍ନୀ ରାଧିକା ଧୋପଭ୍‌କର ଶନିବାର ଏକ କନ୍ୟାକୁ ଜନ୍ମ ଦେଇଛନ୍ତି। ତେବେ ଭାରତୀୟ ଦଳ ସହ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେ‌ଷ୍ଟ ଖେଳୁଥିବା ୩୧ ବର୍ଷ ବୟସ୍କ ରହାଣେ କନ୍ୟା ଜନ୍ମ ବେଳେ ଉପସ୍ଥିତ ରହିପାରିନଥିଲେ। ରହାଣେ ତାଙ୍କର ବାଲ୍ୟ ବାନ୍ଧବୀ ରାଧିକାଙ୍କୁ ୨୦୧୪ ନଭେମ୍ବର ୨୬ ତାରିଖରେ ବିବାହ କରିଥିଲେ। ତେବେ ରାଧିକା ଗର୍ଭବତୀ ଥିବା ଚଳିତ ବର୍ଷ ଜୁଲାଇରେ ଏହି ଦମ୍ପତ୍ତି ନିଜ ନିଜର ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ପଦାକୁ ଆଣିଥିଲେ। ଶନିବାର କନ୍ୟା ସନ୍ତାନ ଜନ୍ମ ନେବା ପରେ ରାହାଣେଙ୍କ ପୂର୍ବତନ ଦଳୀୟ ସାଥୀ ହରଭଜନ ସିଂହ ଟ୍ବିଟର୍‌ରେ ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ। କନ୍ୟା ଓ ମା’ ସୁସ୍ଥରେ ଥିବେ ବୋଲି ହରଭଜନ ଟ୍ବିଟରରେ କାମନା କରିଥିଲେ।

ସମ୍ବନ୍ଧିତ ଖବର