ଅଲ୍‌ ଇଂଲଣ୍ଡ୍‌ ଚାମ୍ପିଅନ୍‌ସିପ୍‌: ସାଇନା, ଶ୍ରୀକାନ୍ତ ବିଦା

ଲଣ୍ଡନ: ଚଳିତ ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର କ୍ବାର୍ଟର୍‌ ଫାଇନାଲ୍‌ରୁ ଭାରତୀୟଙ୍କ ଅଭିଯାନ ଶେଷ ହୋଇଛି। ‌ଶୁକ୍ରବାର ମହିଳା ଏକକରେ ସାଇନା ନେହୱାଲ୍‌ ଓ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ନିଜ ନିଜ ମ୍ୟାଚ୍‌ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ୨୦୧୫ର ଫାଇନାଲିଷ୍ଟ ତଥା ଏଥର ଅଷ୍ଟମ ମାନ୍ୟତାପ୍ରାପ୍ତ ସାଇନା ମାତ୍ର ୩୭ ମିନିଟ୍‌ ମଧ୍ୟରେ ବିଶ୍ବର ଶୀର୍ଷ ମାନ୍ୟତା ତାଇ ଜୁ ୟିଙ୍ଗ୍‌ଙ୍କ ନିକଟରୁ ସିଧାସଳଖ ୧୫-୨୧ ଓ ୧୯-୨୧ରେ ହାରି ଅଭିଯାନ ଶେଷ କଲେ। ଏଥି ସହିତ ତାଇୱାନ୍‌ର ୟିଙ୍ଗ୍‌ଙ୍କ ବିପକ୍ଷରେ ସାଇନାଙ୍କ ପରାଜୟ ଧାରା ମଧ୍ୟ ଲମ୍ବିଛି। ପରସ୍ପର ୨୦ ଥର ମୁହାଁମୁହିଁ ହୋଇଥିଲା ବେଳେ ସାଇନା ପଞ୍ଚଦଶ ଥର ପାଇଁ ୟିଙ୍ଗ୍‌ଙ୍କ ନିକଟରୁ ହାରିଗଲେ। କେବଳ ସେତିକି ନୁହେଁ ୨୦୧୫ରୁ ମଧ୍ୟ ସାଇନାଙ୍କ ନିକଟରୁ ୟିଙ୍ଗ୍‌ କେବେ ବି ହାରିନାହାନ୍ତି। ଏପରିକି ସାଇନା ମଧ୍ୟ କ୍ରମାଗତ ୧୩ ଥର ୟିଙ୍ଗ୍‌ଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ସପ୍ତମ ମାନ୍ୟତା ଶ୍ରୀକାନ୍ତ ୧୨-୨୧, ୧୬-୨୧ରେ ଶୀର୍ଷ ମାନ୍ୟତା ଜାପାନର ମେଣ୍ଟୋ ମୋମୋତାଙ୍କଠୁ ହାରି ଯାଇଥିଲେ

ସମ୍ବନ୍ଧିତ ଖବର