ସର୍ବ ଭାରତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ୱର: ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ସର୍ବ ଭାରତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ୧୫ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ରାକେଶ ମହାନ୍ତି ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା ବେଳେ ସଂଜୟ କୁମାର ବେହେରା ଉପ ଅଧିନାୟକ ପଦ ପାଇଛନ୍ତି। ଚନ୍ଦ୍ରଶେଖର ମାଝୀ ପ୍ରଶିକ୍ଷକ ଥିଲା ବେଳେ ରଂଜନ କୁମାର ମହାନ୍ତି ପ୍ରବନ୍ଧକ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଦଳ: ରାକେଶ କୁମାର ମହାନ୍ତି, ପୁଷ୍ପମିତ୍ର ମିଶ୍ର, ସଂଜୟ କୁମାର ବେହେରା (ଉପଅଧିନାୟକ), ସେଖ୍‌ ଗୌସ୍‌, ଦୀପସୁନ ଖୋରା, ରୀତେଶ କୁମାର ସାହୁ, ବିକାଶ ମହାପାତ୍ର, ହରି ଶଙ୍କର ଛତିଆ, ରୂପକ ନାୟକ, ଅଭିଷେକ ପଟ୍ଟନାୟକ, ସୌମ୍ୟ ରଂଜନ ପାଢ଼ୀ, ଏ ନେହିତ, ଆଶୁତୋଷ ରଥ, ଜେ ବାଳକୃଷ୍ଣ, ସରୋଜ କୁମାର ସ୍ୱାଇଁ। ଚନ୍ଦ୍ରଶେଖର ମାଝୀ (ପ୍ରଶିକ୍ଷକ), ରଂଜନ କୁମାର ମହାନ୍ତି (ପ୍ରବନ୍ଧକ)।

ସମ୍ବନ୍ଧିତ ଖବର