ସର୍ବଭାରତୀୟ ବେସାମରିକ ଦୌଡ଼କୁଦ:ଓଡ଼ିଶା ଦଳ ଚୟନ ୨୩ରେ

ଭୁବନେଶ୍ବର: ଛତିଶଗଡ଼ର ରାୟପୁରଠାରେ ସର୍ବଭାରତୀୟ‌ ବେସାମରିକ ଦୌଡ଼କୁଦ ପ୍ରତିଯୋଗିତା ୨୦୧୯ ଜାନୁଆରି ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥି ପାଇଁ ଓଡ଼ିଶା ଦଳର ଖେଳାଳି ଚୟନ ପ୍ରକ୍ରିୟା ଆସନ୍ତା ରବିବାର (ଡିସେମ୍ବର ୨୩) ସକାଳ ୭.୩୦ ମିନିଟରେ ୟୁନିଟ-୧ କିଶୋର କ୍ଲବ୍ ପଡ଼ିଆରେ ଅନୁଷ୍ଠିତ ହେବ। ଆଗ୍ରହୀ ଖେଳାଳି ନିଜର ସେବା ପୁସ୍ତିକାର ପ୍ରଥମ ପୃଷ୍ଠା ଏବଂ ସରକାରୀ ପରିଚୟପତ୍ର ସହିତ ନିର୍ଧାରିତ ସମୟରେ ପହଞ୍ଚିବାକୁ ରାଜ୍ୟ ସଚିବାଳୟ କର୍ମଚାରୀ କ୍ରୀଡ଼ା ସଂଘର ସାଧାରଣ ସମ୍ପାଦକ ହର ପ୍ରସାଦ ବିଶ୍ବାଳ (୯୪୩୭୨ ୨୮୬୮୭) ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର