ଓସିଏରେ ଆଣ୍ଟି ଡୋପି˚ ଓ ଦୁର୍ନୀତି ନିବାରଣ କର୍ମଶାଳା

କଟକ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ ବା ବିସିସିଆଇ ପକ୍ଷରୁ ସୋମବାର ଓସିଏ ସମ୍ମିଳନୀ କକ୍ଷରେ ଡୋପି˚ ନିରୋଧୀ ଓ ଦୁର୍ନୀତି ନିବାରଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କର୍ମଶାଳାରେ କନିଷ୍ଠ ଓ ବରିଷ୍ଠ ବିଭାଗର ପ୍ରାୟ ୨୦୦ ଖେଳାଳିଙ୍କ ସହ ପ୍ରଶିକ୍ଷକ, ଫିଜିଓ ଓ ଟ୍ରେନରମାନେ ଅ˚ଶଗ୍ରହଣ କରିଥିଲେ। ବିସିସିଆଇ ଡୋପି˚ ନିରୋଧୀ ଅଧିକାରୀ ଅଭିଜିତ ସାଲ୍‌ଭି, ଏବ˚ ବିସିସିଆଇ ଦୁର୍ନୀତି ନିବାରଣ ଅଧିକାରୀ ଅ˚ଶୁମାନ ଉପାଧ୍ୟାୟ କର୍ମଶାଳାକୁ ପରିଚାଳନା କରିଥିଲେ। ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ କୁମାର ନାୟକ, ସ˚ଯୋଜକ ଡାନିଏଲ ରାଉତ, ଓସିଏ ଦୁର୍ନୀତି ନିବାରଣ ଅଧିକାରୀ ଶିବୁ ପ୍ରକାଶ ଘୋଷ ଏହି ଅବସରରେ ଉପସ୍ଥିତ ଥିଲେ। କର୍ମଶାଳାରେ ୧୬ବର୍ଷରୁ କମ୍‌ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ନୂଆକରି ମ୍ୟାଚ୍‌ ଖେଳିବାକୁ ଯାଉଥିବାରୁ ଡୋପି˚ ନିରୋଧୀ ଓ ଦୁର୍ନୀତି ନିବାରଣର ନୀତି ନିୟମ ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ମ୍ୟାଚ୍‌ ବେଳେ କେଉଁ ଔଷଧ ଖାଇବନି, ଯାହା ଖାଇବ କେମିତି ଖାଇବ, କେଉଁ ସ୍ଥାନକୁ ଯିବା ପାଇଁ ବାରଣ କରାଯାଇଛି, ସାଙ୍ଗରେ କେଉଁକେଉଁ ସାମଗ୍ରୀ ରଖିପାରିବ, ଇତ୍ୟାଦି ସ˚କ୍ରାନ୍ତରେ ଏହି ଅବସରରେ ବିସ୍ତୃତ ଭାବେ ତାଲିମ ଦିଆଯାଇଥିଲା।

ସମ୍ବନ୍ଧିତ ଖବର