ଆର୍ଜେଣ୍ଟିନା ଫୁଟବଲର୍‌ଙ୍କ ଅକାଳ ବିୟୋଗ

ଲଣ୍ଡନ: ବିମାନ ଦୁର୍ଘଟଣାରେ ଆର୍ଜେଣ୍ଟିନାର ପ୍ରତିଭାବାନ ଫୁଟବଲର୍‌ ଏମିଲିଆନୋ ସାଲା’ଙ୍କର ଅକାଳ ବିୟୋଗ ହୋଇ ଯାଇଛି। ନିକଟରେ ପ୍ରିମିୟର ଲିଗ୍ ଫୁଟବଲ୍ ଦଳ କାର୍ଡିଫ ସିଟିରେ ଯୋଗ ଦେଇଥିବା ସାଲା ଏକ ଛୋଟ ବିମାନରେ ଯାତ୍ରା କରୁଥିଲା ବେଳେ ଇଂଲିସ୍ ଚ୍ୟାନେଲ ଉପରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସେବେଠାରୁ ସେ ନିଖୋଜ ଥିଲେ। ତେବେ ସଂପୃକ୍ତ ବିମାନ ଦୁର୍ଘଟଣାରେ ସାଲାଙ୍କର ମୃତ୍ୟୁ ହୋଇ ଯାଇଥିବା ମଙ୍ଗଳବାର ଫ୍ରାନ୍ସ ବିମାନ ଚଳାଚଳ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ୨୮ ବର୍ଷୀୟ ସାଲାଙ୍କ ଅକାଳ ମୃତ୍ୟୁରେ ସମଗ୍ର ଫୁଟବଲ୍ ଜଗତରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର