୨୦୧୮ ଏସୀୟ କ୍ରୀଡ଼ା: ନୌଚାଳନାରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଚାଲିଥିବା ୨୦୧୮ ଏସୀୟ କ୍ରୀଡ଼ାରେ ଭାରତୀୟ ନୌଚାଳକମାନେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ଲାଇଟ୍‌େଓ୍ଵଟ୍‌ ସିଙ୍ଗଲ୍‌ ଏବଂ ଡବଲ୍‌ସ୍‌ ସ୍କଲ୍‌ସ୍‌ ଇଭେଣ୍ଟ୍‌ରେ ଦୁଇଟି କାଂସ୍ୟ ପଦକ ଜିଣିବା ପରେ, ନୌଚାଳକ ସାଓ୍ଵାର୍ଣ୍ଣ ସିଂହ, ଦାତ୍ତୁ ଭୋକନଲ, ଓଁ ପ୍ରକାଶ ଏବଂ ସୁଖମୀତ ସିଂହ ପୁରୁଷ କ୍ୱାଡ୍ରୁପଲ୍‌ ସ୍କଲ୍‌ସ୍‌ରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।

ଶୀର୍ଷ ସ୍ଥାନକୁ ଆସିବା ନିମନ୍ତେ ଭାରତ ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡକୁ ପରାସ୍ତ କରିଛି।

ଏହାକୁ ମିଶାଇ ଭାରତ ୫ଟି ସ୍ୱର୍ଣ୍ଣ ସମତେ ସମୁଦାୟ ୨୧ଟି ପଦକ ଜିଣିଛି।

ସମ୍ବନ୍ଧିତ ଖବର