ଆଡିଲେଡ ଟି-୨୦ : ଶ୍ରୀଲଙ୍କାର ଶୋଚନୀୟ ପରାଜୟ, ୧୩୪ ରନରେ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ ଓଭାଲ : ଅଷ୍ଟ୍ରେଲିଆର ଆଡିଲେଡ ଓଭାଲଠାରେ ଚାଲିଥିବା ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କା ଶୋଚନୀୟ ପରାଜୟ ବରଣ କରିଛି । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୨୩୪ ରନ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ୨୦ ଓଭରରେ ୯ ଓ୍ଵିକେଟ ହରାଇ ମାତ୍ର ରନ କରିପାରିଥିଲା ।

ଶ୍ରୀଲଙ୍କାର କୌଣସି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲୀୟ ବୋଲରଙ୍କ ସାମନା କରିପାରିନଥିଲେ । ଶ୍ରୀଲଙ୍କାର ଓପନର କୁଶଲ ମେଣ୍ଡିସ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବାବେଳେ ଧନୁଷ୍କା ଗୁଣଶେଖର ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଏମାନଙ୍କ ପରେ ଆସିଥିବା ଭାନୁଷ୍କା ରାଜପକ୍ଷେ ୨ ରନ ଓ ଓସାଡା ଫର୍ଣ୍ଣାଡୋ ୧୩ ରନ କରି ଆଉଟ ହୋଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଶ୍ରୀଲଙ୍କା ଆଗରେ ୨୩୪ ରନର ବିଶାଳ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଅଷ୍ଟ୍ରେଲିଆ ଇନିଂସର ମୁଖ୍ୟାଂଶ ଥିଲା ଓପନର ଡେଭିଡ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ । ନିଜର ଜନ୍ମ ଦିନରେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୬ ବଲରେ ଏକ ସ୍ମରଣୀୟ ଶତକ ହାସଲ କରିଥିଲେ । ସେହିପରି ଅନ୍ୟତମ ଓପନର ଆରନ ଫିଞ୍ଚ୍‌ ମାତ୍ର ୩୬ ବଲରେ ୬୪ ଓ ୩ ନମ୍ବର ସ୍ଥାନରେ ଆସିଥିବା ଗ୍ଲେନ ମାକ୍ସେଓ୍ଵଲ ୨୮ ବଲରେ ୬୨ ରନ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା ।

ସମ୍ବନ୍ଧିତ ଖବର