ଦକ୍ଷିଣ ଆଫ୍ରିକା ୪୮୮: ଅଷ୍ଟ୍ରେଲିଆ ୧୧୦/୬

ଜୋହାନେସ୍‌ବର୍ଗ: ଓ୍ଵଣ୍ଡରର୍ସ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ୍‍ରେ ବିଚଳିତ ଅଷ୍ଟ୍ରେଲିଆ ଦୟନୀୟ ସ୍ଥିତିରେ ରହିଛି। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୪୮୮ ରନ୍‌ କରିଥିବା ବେଳେ କଙ୍ଗାରୁ ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧୧୦ ରନ୍‌ରେ ୬ ଓ୍ଵିକେଟ୍‌ ହରାଇ ଫଲୋଅନ୍‌ ଆଶଙ୍କା ଭିତରେ ଅଛି। ତେମ୍ବା ବାଭୁମା (୯୫*, ୧୯୪ ବଲ୍‌, ୧୩ ଚୌକା) ନିଜର ଦ୍ୱିତୀୟ ଟେଷ୍ଟ୍‍ ଶତକରୁ ବଞ୍ଚିତ ରହିବା ଏବଂ ପ୍ୟାଟ୍‌ କମିନ୍‌ସ ୫ ଓ୍ଵିକେଟ୍‌ ଦଖଲ କରିବା ଶନିବାରର ଶ୍ରେଷ୍ଠ ବ୍ୟକ୍ତିଗତ ପ୍ରଦର୍ଶନ ଥିଲା। ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୧୩୬.୫ ଓଭରରେ ୪୮୮ (ଏଦୈନ ମର୍କରାମ-୧୫୨, ଏବି ଡି’ଭିଲିୟର୍ସ-୬୯, ତେମ୍ବା ବାଭୁମା-୯୫*, କେଶବ ମହାରାଜ-୪୫, କ୍ୟୁଣ୍ଟନ୍‌ ଡି’କକ୍‌-୩୯, ପ୍ୟାଟ୍‌ କମିନ୍‌ସ-୫/୮୩, ନାଥନ୍‌ ଲିଅନ୍‌-୩/୧୮୨, ଜେମ୍‌ସ ସାୟର୍ସ-୨/୭୮)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୮ ଓଭରରେ ୧୧୦/୬ (ଉସ୍‌ମାନ ଖଓ୍ଵାଜା-୫୩, ଟିମ୍‌ ପାଇନ୍‌-୫*, ପ୍ୟାଟ୍‌ କମିନ୍‌ସ-୭*, ଭର୍ନାନ୍‌ ଫିଲାଣ୍ଡର୍‌-୩/୧୭, ମର୍ନି ମର୍କେଲ୍‌-୧/୨୩, କାଗିସୋ ରାବାଦା-୧/୨୪, କେଶବ ମହାରାଜ-୧/୩୫)।

ସମ୍ବନ୍ଧିତ ଖବର