ଭାରତ-ଅଷ୍ଟ୍ରେଲିଆ ୩ୟ ଦିନିକିଆ: ଶତକ ପରେ ଫିଞ୍ଚ ଆଉଟ୍‌, ଅଷ୍ଟ୍ରେଲିଆ ୨/୨୩୨

ଇନ୍ଦୋର: ଅଷ୍ଟ୍ରେଲିଆର ଓପରନର ଅରୁଣ ଫିଞ୍ଚ ଅନ୍ତର୍ଜାତୀୟ ଦିନିକିଆରେ ୮ମ ଶତକ ହାସଲ କରିବା ପରେ ପାଭଲିୟନକୁ ଫେରି ଯାଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ୫ଟି ଦିନିକିଆ ଶୃଙ୍ଖଳାର ୩ୟ ମ୍ୟାଚରେ ଅରୁଣ ୧୨୪ ରନ୍‌ ସଂଗ୍ରହ କରିବା ପରେ କୁଳଦୀପ ଯାଦବଙ୍କ ବଲକୁ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ।

ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୭୦ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇ ଥିଲା। ଭାରତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ ଅଷ୍ଟ୍ରେଲିଆର ଅନ୍ୟତମ ଓପନର ଡାଭିଡ ଓ୍ଵାର୍ଣ୍ଣର। ସେ ୪୪ଟି ବଲ ଖେଳି ୪୨ ରନ୍‌ ସଂଗ୍ରହ କରିବା ପରେ ବୋଲ୍‌ଡ ହୋଇଛନ୍ତି।

ରିପୋର୍ଟ ଲେଖାଯିବାକୁ ଅଷ୍ଟ୍ରେଲିଆ ୩୯.୦ ଓଭରରେ ୨୩୨ରନ୍‌ ସଂଗହ କରିଛି। ଅଧିନାୟକ ଷ୍ଟିଭେନ ସ୍ମିଥ ଓ ଗ୍ଲେନ ମ୍ୟାକ୍ସେଓ୍ଵଲ କ୍ରିଜରେ ଅଛନ୍ତି।

ସମ୍ବନ୍ଧିତ ଖବର