ହ୍ୟାଟ୍ରିକ୍‌ ବିଜୟ ସହ ଅଷ୍ଟ୍ରେଲିଆ ଶୀର୍ଷରେ

ୱେଲିଂଟନ୍‌: ଅଷ୍ଟ୍ରେଲିଆ ଚଳିତ ମହିଳା ବିଶ୍ବକପ୍‌ରେ ହ୍ୟାଟ୍ରିକ ବିଜୟ ବିଜୟ ହାସଲ କରିଛି। ଇଂଲଣ୍ଡକୁ ୧୨ ରନ୍‌ ଓ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଥିବା ଅଷ୍ଟ୍ରେଲିଆ ରବିବାର ତୃତୀୟ ମ୍ୟାଚ୍‌ରେ ୧୪୧ ରନ୍‌ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। ଏଲିସା ପେରି (୬୮ ରନ୍‌, ୧/୧୮), ତାହିଲା ମ୍ୟାକ୍‌ଗ୍ରା (୫୭ ରନ୍‌, ୧/୧୭) ଓ ଆସ୍‌ଲେ ଗାର୍ଡନର (୪୮* ରନ୍‌, ୨/୧୫)ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆ ଏହି ବଡ଼ ବିଜୟ ପାଇଥିଲା। ଏହି ବିଜୟ ବଳରେ ଅଷ୍ଟ୍ରେଲିଆ ୬ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ଭାରତ (୪ ପଏଣ୍ଟ୍‌) ଦ୍ବିତୀୟକୁ ଖସିଛି। ରବିବାର ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୮ ୱିକେଟ୍‌ ହରାଇ ୨୬୯ ରନ୍‌ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୩୦.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ କରିପାରିଥିଲା। ଦଳ ପକ୍ଷରୁ ଆମି ସଟର୍ଥୱେଟ୍‌ ୪୪ ରନ୍‌ କରିଥିଲେ। ଏଲିସ ପେରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର