କ୍ରିକେଟ୍‌ ବିଶ୍ୱକପ୍‌ ୨୦୧୯ ପାଇଁ ଅଷ୍ଟ୍ରେଲିଆର ନୂଆ ଜର୍ସି ଉନ୍ମୋଚିତ

କାନବେରା: କ୍ରିକେଟ ଅଷ୍ଟ୍ରେଲିଆର ଆପ୍ରିଆଲ୍‌ ମାନୁଫେକଚର୍‌ (ଏଏସ୍‌ଆଇସିଏସ୍‌) ମଙ୍ଗଳବାର ବିଶ୍ୱକପ୍‌ ୨୦୧୯ ପାଇଁ ଅଷ୍ଟ୍ରେଲିଆ ନୂଆଜର୍ସି ଉନ୍ମୋଚିତ ହୋଇଯାଇଛି। ଏହି ୟୁନିଫର୍ମରେ ହଳଦିଆ ରଂଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିରେ ସବୁଜ ରଂଗ ମଧ୍ୟ ରହିଛି।

ନିକଟରେ ଭାରତ ମାଟିରେ ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାରେ ବିଜୟ ହାସଲ କରିଥିଲା। ସେହି ସମୟରେ ଅଷ୍ଟ୍ରେଲିଆ ୧୯୯୯ରେ ଡିଜାଇନ ହୋଇଥିବା ଜର୍ସିକୁ ପିନ୍ଧିଥିଲା। ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ୧୯୮୭, ୧୯୯୯, ୨୦୦୩, ୨୦୦୭ ଏବଂ ୨୦୧୫ରେ ଚାମ୍ପିଅନ୍‌ ହୋଇଥିଲା।

ନିକଟରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ୨-୩ରେ ଶୃଙ୍ଖଳା ଜିତିଥିବା ବେଳେ ପାକିସ୍ତାନକୁ ୫-୦ରେ ପରାସ୍ତ କରିଥିଲା। ଆଗାମୀ ମେ’ ମାସ ୨୫ ଓ ୨୭ରେ ଓ୍ଵାର୍ମ ଅପ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଯଥାକ୍ରମେ ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ଭେଟିବ।

ଅଷ୍ଟ୍ରେଲିଆ ବିପକ୍ଷରେ ନିମ୍ନଲିଖିତ ଦଳ ଗୁଡ଼ିକ ଖେଳିବ

ମେ’ ୨୫: ଇଂଲଣ୍ଡ ବିପକ୍ଷରେ
ମେ’ ୨୭: ଶ୍ରୀଲଙ୍କା ବିପକ୍ଷରେ
ଜୁନ୍‌ ୦୧: ଆଫ୍‌ଗାନିସ୍ତାନ
ଜୁନ୍‌ ୦୬: ୱେଷ୍ଟଇଣ୍ଡିଜ୍‌
ଜୁନ୍‌ ୦୯: ଭାରତ
ଜୁନ୍‌ ୧୨: ପାକିସ୍ତାନ
ଜୁନ୍‌ ୧୫: ଶ୍ରୀଲଙ୍କା
ଜୁନ୍‌ ୨୦: ବାଂଲାଦେଶ
ଜୁନ୍‌ ୨୫: ଇଂଲଣ୍ଡ
ଜୁନ୍‌ ୨୯: ନ୍ୟୁଜିଲାଣ୍ଡ
ଜୁଲାଇ ୦୬: ଦକ୍ଷିଣ ଆଫ୍ରିକା
ଜୁଲାଇ ୦୯: ପ୍ରଥମ ସେମିଫାଇନାଲ
ଜୁଲାଇ ୧୧: ଦ୍ୱିତୀୟ ସେମିଫାଇନାଲ
ଜୁଲାଇ ୧୪: ଫାଇନାଲ

ସମ୍ବନ୍ଧିତ ଖବର