ଅଲ ଓଡ଼ିଶା ଇଣ୍ଟର କଲେଜ ବ୍ୟାଡମିଣ୍ଟନ ଟୁନାମେଣ୍ଟ ଉଦ୍‌ଘାଟିତ

ନାଲକୋ ନଗର: ଅନୁଗୁଳ ଜିଲ୍ଲା ନାଲକୋ ନଗରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅନୁକୁଲ୍ୟରେ ଅନ୍ତ କଲେଜ ବ୍ୟାଡମିଣ୍ଟନ ଟୁନାମେଣ୍ଟ ରବିବାର ଉଦଘାଟିତ ହୋଇ ଯାଇଛି। ଉଦଘାଟନ ଉତ୍ସବରେ ନାଲକୋ ସରସ୍ୱତୀ ଶିଶୁ ବିିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ଼ଃ ଶତ୍ରୁଘ୍ନ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ସ୍କୁଲର ଉପାଧ୍ୟକ୍ଷ ଡ଼ଃ ସିଦ୍ଧନାଥ ସାହୁ ଯୋଗ ଦେଇଥିଲେ। ୩ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ମୋଟ ୩୪ଟି କଲେଜରୁ ପ୍ରାୟ ୨୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି। ଉଦଘାଟନି ଅବସରରେ କୋରାପୁଟ ଜିଲ୍ଲା ଦମାନଯୋଡି ସରସ୍ୱତୀ ବିଦ୍ୟାମନ୍ଦିର ସହ ବରଗଡ ବିକାଶ ଜୁନିୟର କଲେଜ ମଧ୍ୟରେ ମ୍ୟାଚ ଅନୁଷ୍ଟିତ ହୋଇଥିଲା। ଏଥିରେ ଯଦମାନଯୋଡି ସରସ୍ୱତୀ ବିଦ୍ୟାମନ୍ଦିର କଲେଜ ବିଜୟ ହାସଲ କରିଥିଲା। ଟୁନାମେଣ୍ଟକୁ ଜାତୀୟ ବ୍ୟାଡମିଣ୍ଟନ ଅମ୍ପାୟାର ସ୍ୱାଧୀନ ମିଶ୍ର, ହୃଦାନନ୍ଦ ପଣ୍ଡା, ଦିଲ୍ଲୀପ ନାୟକ, ଭାବେଶ ସେଠ, ସୋମ୍ୟାରଞ୍ଜନ ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର