ନିଦାହାସ ଟ୍ରଫି: ରୋମାଞ୍ଚକ ମୁକାବିଲାରେ ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ, ଫାଇନାଲରେ ଭାରତ ସହିତ ମୁକାବିଲା

କଲମ୍ବୋ: ରୋମାଞ୍ଚକ ମୁକାବିଲାରେ ଶୁକ୍ରବାର ଶ୍ରୀଲଙ୍କାକୁ ବାଂଲାଦେଶ ୨ ଓ୍ଵିକେଟ୍‌ରେ ପରାସ୍ତ କରିଛି। ବାଂଲାଦେଶ ଓ ଭାରତ ମଧ୍ୟରେ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ ମ୍ୟାଚ୍‌ ଆଗାମୀ ମାର୍ଚ୍ଚ ୧୮ରେ ଖେଳାଯିବ। କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି କୁଶାଲ ପେରାରା(୬୧) ଓ ଥିରସା ପେରାରା(୫୮)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୯ ରନ୍‌ ସଂଗ୍ରହ କରିଥିଲା।

୨ୟ ଇନିଂସରେ ୧୬୦ ରନ୍‌ ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶ ୮ଟି ଓ୍ଵିକେଟ୍‌ ହରାଇ ଏହା ପୂରା କରିଥିଲା। ତମିମ ଇକବାଲ(୬୦) ଏବଂ ମହମୁଦୁଲ୍ଲାଙ୍କ ବିସ୍ଫୋରକ ବ୍ୟାଟିଂ ବାଂଲାଦେଶର ବିଜୟ ଦ୍ୱାର ଫିଟାଇଥିଲା। ଉଭୟ ବ୍ୟାଟ୍ସମ୍ୟାନ୍‌ ୧୮ଟି ବଲ ଖେଳି ୪୩ ରନ୍‌ ସଂଗ୍ରହ କରିଥିଲେ ମଧ୍ୟ ଶେଷ ୨ଟି ବଲ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ବିଜୟ ପାଇଁ ୬ ରନ୍‌ ଆବଶ୍ୟକ ଥିବା ବେଳେ ୧୯.୫ଓଭରରେ ଲକ୍ଷ୍ୟ ପୂରା ହୋଇଥିଲା।

ସମ୍ବନ୍ଧିତ ଖବର