ବାଂଲାଦେଶ-ପାକିସ୍ତାନ ଟେଷ୍ଟ: ବିଜୟ ଦ୍ବାରରେ ପାକିସ୍ତାନ

ଚଟ୍ଟଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ପାକିସ୍ତାନ ବିଜୟ ଦ୍ବାରରେ ଉପନୀତ ହୋଇଛି। ୨୦୨ ରନ୍‌କୁ ପିଛା କରୁଥିବା ପାକିସ୍ତାନ ଚତୁର୍ଥ ଦିନ ଖେଳ ବନ୍ଦ ବେଳକୁ କୌଣସି ୱିକେଟ୍ ନ ହରାଇ ୧୦୯ ରନ୍‌ ସଂଗ୍ରହ କରି ନେଇଛି। ଫଳରେ ଶୃଙ୍ଖଳାରେ ଆଗୁଆ ହେବାକୁ ବାବର ଆଜମଙ୍କ ଦଳ ମାତ୍ର ୯୩ ରନ୍‌ ଦୂରରେ ରହିଛି। ଅବିଦ୍ ଅଲୀ (୫୬*, ୧୦୫ ବଲ୍‌) ଏବଂ ଅବଦୁଲ୍ଲା ସଫିକ୍ (୫୩*) ଅତୁଟ ପ୍ରଥମ ୱିକେଟରେ ଶତକୀୟ ଭାଗୀଦାରି କରି ବାଂଲାଦେଶକୁ କୌଣସି ସୁଯୋଗ ଦେଇନାହାନ୍ତି।

ସୋମବାର ବାଂଲାଦେଶ ଅସମାପ୍ତ ଦ୍ବିତୀୟ ପାଳିକୁ ୩୯/୪ରୁ ଖେଳିଥିଲା। ୱିକେଟରକ୍ଷକ ଲିଟନ୍ ଦାସ (୫୯)ଙ୍କ ବ୍ୟତୀତ ଅନ୍ୟ କେହି ଲଢ଼ି ନପାରିବାରୁ ଦଳ ମାତ୍ର ୧୫୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ସାହିନ୍ ସାହା ଆଫ୍ରିଦି ୫ ୱିକେଟ୍ ସଫଳତା ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ପ୍ରଥମ ପାଳି: ୩୩୦ (ଲିଟନ୍ ଦାସ-୧୧୪, ‌ ହାସନ୍ ଅଲୀ-୫/୫୧, ଫହିମ୍ ଅସ୍ରଫ୍-୨/୫୪)। ପାକିସ୍ତାନ ପ୍ରଥମ ପାଳି: ୨୮୬ (ଅବିଦ୍ ଅଲୀ-୧୩୩, ତୈଜୁଲ ଇସ୍‌ଲାମ-୭/୧୧୬)। ବାଂଲାଦେଶ ଦ୍ବିତୀୟ ପାଳି: ୧୫୭ (ଲିଟନ୍ ଦାସ-୫୯, ସାହିନ ସାହା ଆଫ୍ରିଦି-୫/୩୨, ସଜିଦ୍ ଖାନ୍‌-୩/୩୩, ହାସନ୍ ଅଲୀ-୨/୫୨)। ପାକିସ୍ତାନ ଦ୍ବିତୀୟ ପାଳି: ୩୩ ଓଭରରେ ୧୦୯/୦ (ଅବିଦ୍ ଅଲୀ-୫୬*, ଅବଦୁଲ୍ଲା ସଫିକ୍‌-୫୩*)।

ସମ୍ବନ୍ଧିତ ଖବର