ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ବିଜେତା

ରାଇରଙ୍ଗପୁର ଭଲିବଲ୍‌

ରାଇରଙ୍ଗପୁର: ରାଇରଙ୍ଗପୁର କଚେରୀ ପଡ଼ିଆରେ ଚାଲିଥିବା ଜାତୀୟସ୍ତରୀୟ ଭଲିବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ସ୍ୱର୍ଗତ ଇନ୍ଦ୍ରାଣି ଓ ଜ୍ୟୋତିଷ ଗୁପ୍ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶା ପୁଲିସ୍‌ (କଟକ)କୁ ୩-୧ ସେଟ୍‌ରେ ହରାଇ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ବିଜେତା ହୋଇଛି। ଅନ୍ୟପକ୍ଷରେ ରାଉରକେଲା ଇଏପିଏଲ୍‌କୁ ହରାଇ ଦିଲ୍ଲୀ ତୃତୀୟ ସ୍ଥାନ ହାସଲ କରିଥିଲା। ଉପଜିଲ୍ଲାପାଳ ଜ୍ଞାନରଂଜନ ଭଂଜଦେଓ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟ୍ରଫି ପ୍ର୍ରଦାନ କରିଥିଲେ। ବିଜେତା ଦଳର ରାହୁଲ ବାରିକଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ସାଙ୍ଗକୁ ଶ୍ରେଷ୍ଠ ସ୍ମାସର୍‌ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର