ବୀର ବିର୍ସା ମୁଣ୍ଡା କପ୍‌ ହକି: ନ୍ୟୁ ଷ୍ଟାର୍‌ ବିଜେତା

 

ଭୁବନେଶ୍ୱର: ନ୍ୟୁ ଷ୍ଟାର୍‌ ବର୍ସୁଆଁ-ଏ ଦଳ ୧୪୨ତମ ବୀର ବିର୍ସା ମୁଣ୍ଡା କପ୍‌ ହକି ପ୍ରତିଯୋଗିତାର ବିଜେତା ହୋଇଛି। ତିନି ଦିନ ଧରି ଆୟୋଜିତ ଏହି ପ୍ରତିଯୋଗିତାର ବୁଧବାର ଫାଇନାଲ୍‌ରେ ନ୍ୟୁ ଷ୍ଟାର୍‌ ଦଳ ୩-୧ ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ପାର୍ମାନ୍ଧିକୁ ପରାସ୍ତ କରିଛି। ନିର୍ଧାରିତ ସମୟ ମ୍ୟାଚ୍‌ ୧-୧ ଅମୀମାଂସିତ ରହିବାରୁ ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ଫଳାଫଳ ବାହାରିଥିଲା। ସୂରଜ କେର୍କେଟା, ବିରାଜ ଟପ୍ନୋ, ସୁକେଶ ଲାକ୍ରା ଏବଂ ଡେଭିଡ଼୍‍ ସୋରେଙ୍ଗ୍‌ ମ୍ୟାଚ୍‌ ପରିଚାଳନା କରିିଥିଲେ।। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଡକ୍ଟର ଦିଲୀପ ତିର୍କି ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାରହୋଲୋମି କେର୍କେଟା, ଏମ୍‌ କୁମାର, ପ୍ରିୟା କଚ୍ଛପ, ମନୀଷ କେର୍କେଟା, ଆକାଶ ଏକ୍କା, ନିଶାନ ଜ୍ୟୋତି ମହାନ୍ତି, କାଲେତୁସ ଜେଜେ, ନିର୍ମଳ ମୁଣ୍ଡା, ନାଥନିଏଲ୍‌ ଟପ୍ନୋ, ଏମ୍ଲିନ୍‌ ଭୂୟାଁ, ସନମ ଟପ୍ନୋ, ସୁଧୀର କୁମାର ଜେନା ଏବଂ ଦୀପା ଦାଙ୍ଗ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର