ଗୋଟିଏ ଦିନରେ ୫ କ୍ରିକେଟର୍‌ଙ୍କ ଜନ୍ମଦିନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବ ଏବଂ ଏବର ୫ ଖେଳାଳିଙ୍କ ଜନ୍ମଦିନ ଗୋଟିଏ ଦିନରେ (ଡିସେମ୍ବର ୬ ତାରିଖ) ପାଳନ ହୋଇଛି। ଏହି ଦିନ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୨୭, ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ୩୨ ଏବଂ ଶ୍ରେୟସ ଆୟର ୨୬ ବର୍ଷରେ ପଦାର୍ପଣ କରିଥିଲା ବେଳେ କରୁଣ ନାୟର ୨୯ ଏବଂ ପୂର୍ବତନ ଦ୍ରୁତ ବୋଲର ରୁଦ୍ର ପ୍ରତାପ ସିଂହ ୩୫ ବର୍ଷରେ ପହଞ୍ଚିଛନ୍ତି। ଏମାନଙ୍କ ଜନ୍ମ ଦିନ‌ରେ ବହୁ ପୂର୍ବତନ ଏବଂ ଏବର କ୍ରିକେଟର୍‌ ଶୁଭେଚ୍ଛା ଦେଇଛନ୍ତି। ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ ‌ଟ୍ବିଟର୍‌ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି ଯେ ‘‘ଆଜିର ଦିନ ୬/୧୨-ଅଧ ଡଜନେ, ଗୋଟେ ଡଜନେ। ଏବଂ ଏହିଦିନ ପାଖାପାଖି ଗୋଟେ ‌ଡଜନେର ଚମତ୍କାର କ୍ରିକେଟର୍‌ମାନେ ଜନ୍ମ ନେଇଥି‌ଲେ। ହାପି ବାର୍ଥ ଡେ ଟୁ ବୁମ୍‌ରା, ଜାଦେଜା, ଶ୍ରେୟସ, କରୁଣ।’’ ସେହିଭଳି ସୁରେଶ ରାଇନା ମଧ୍ୟ ଏହି ଖେଳାଳିମାନଙ୍କୁ ଜନ୍ମ ଦିନର ‌ଶୁଭେଚ୍ଛା ଜଣାଇଛନ୍ତି। ମୋ ‌ସାଥୀ ଏବଂ ସମସ୍ତ ଚମକପ୍ରଦ କ୍ରିକେଟର୍‌ଙ୍କୁ ଶୁଭଚ୍ଛା ବୋଲି ସେ ଲେଖିଛନ୍ତି। ଏମାନଙ୍କ ସହ ହରଭଜନ ସିଂହ, ସଚିନ ତେନ୍ଦୁଲକର, ବିସିସିଆଇ ପ୍ରମୁଖ ଏହି ବାର୍ଥ ଡେ’ ବୟମାନଙ୍କୁ ଶୁଭକାମନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର