ବ୍ଲାକ୍‌ ପ୍ୟାନ୍ଥର ସେସେ  

ମସ୍କୋ: ସେନେଗାଲ ପ୍ରଶିକ୍ଷକ ଆଲିଓ ସେସେ ସଂପ୍ରତି ମସ୍କୋ ବିଶ୍ୱକପ୍‌ର ପ୍ରମୁଖ ଆକର୍ଷଣ ପାଲଟିଛନ୍ତି। ରୁଷିଆ ପ୍ରଶଂସକ ତାଙ୍କୁ କମିକ ଚରିତ୍ର ବ୍ଲାକ୍‌ ପ୍ୟାନ୍ଥର ସହ ତୁଳନା କରୁଛନ୍ତି। ଏପରିକି ଚଳିତ ବିଶ୍ୱକପ୍‌ର ଏକମାତ୍ର କୃଷ୍ଣକାୟ ପ୍ରଶିକ୍ଷକ ହୋଇଥିବାରୁ ସେ ରୁଷିଆ ମହିଳାଙ୍କ ପାଇଁ ସେକ୍ସ ସିମ୍ବଲ ପାଲଟି ଯାଇଛନ୍ତି। ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ବେଳେ ସେସେଙ୍କୁ ଜଣେ ରୁଷୀୟ ପତ୍ରକାର ଏହି ବିଷୟରେ ପଚାରିବା ପରେ ସେ ପୂରା ଲାଜେଇ ଯାଇଥିଲେ। ମୁଁ ଜାଣି ନାହିଁ। ଆପଣଙ୍କୁ ଏହି ବିଷୟରେ ମହିଳାମାନଙ୍କୁ ପଚାରିବାକୁ ପଡ଼ିବ ବୋଲି ସେସେ ଉତ୍ତର ଦେଇଥିଲେ। ସେନେଗାଲର ପୋଲାଣ୍ଡ ବିପକ୍ଷ ବିଜୟ ବେଳେ ତାଙ୍କ ନିଆରା ଉତ୍ସବ ପାଳନ ମଧ୍ୟ ଇଣ୍ଟରନେଟରେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ତେବେ ତାଙ୍କୁ ମିଳୁଥିବା ଭଲ ପାଇବାକୁ ସେ ମନଭରି ଉପଭୋଗ କରୁଛନ୍ତି।

ସମ୍ବନ୍ଧିତ ଖବର