ପେସାଦାର ମୁଷ୍ଟିଯୁଦ୍ଧ, ବିଜେନ୍ଦରଙ୍କ ଲଗାତାର ଦ୍ବାଦଶ ବିଜୟ

ଦୁବାଇ: ପେସାଦାର ମୁଷ୍ଟିଯୁଦ୍ଧ ଜଗତରେ ଭାରତୀୟ ତାରକା ବିଜେନ୍ଦର ସିଂହଙ୍କ ଜୟଯାତ୍ରା ଜାରି ରହିଛି। ଶୁକ୍ରବାର ଦୁବାଇରେ ଲଢ଼ିଥିବା ନିଜ ଦ୍ବାଦଶ ଲଢ଼େଇରେ ବିଜେନ୍ଦର ପୂର୍ବତନ ରାଜ୍ୟଗୋଷ୍ଠୀ ବିଜେତା ଘାନାର ଚାର୍ଲସ ଆଡାମୁଙ୍କୁ ପରାସ୍ତ ପରିଛନ୍ତି। ତା’ ସହ ଚାରି ବର୍ଷ ମଧ୍ୟରେ ଲଢ଼ିଥିବା ୧୨ଟି ଯାକ ଲଢ଼େଇ ଜିତି ଅପରାଜେୟ ଗୌରବ ହାସଲ କରିଛନ୍ତି। ୩୪ ବର୍ଷୀୟ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ବିଜେନ୍ଦର ୮ ରାଉଣ୍ଡ ବିଶିଷ୍ଟ ଲଢ଼େଇର ୪୨ ବର୍ଷୀୟ ଆଡାମୁଙ୍କୁ ସହଜରେ ହରାଇ ଦେଇଥିଲେ। ଏହା ପୂର୍ବରୁ ଆଡାମୁ ୪୭ ଲଢ଼େଇ ଲଢ଼ି ୩୩ ବିଜୟ ପାଇଥିଲେ। ସେଥିମଧ୍ୟରେ ୨୬ ନକଆଉଟ୍ ବିଜୟ ଥିଲା। ତାଙ୍କର ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା‌ ବି ରହିଛି। ତେବେ ବିଜେନ୍ଦରଙ୍କ ଶକ୍ତିଶାଳୀ ମୁଥ ଆଗରେ ଏହାର କୌଣସି ମୂଲ୍ୟ ରହି ନଥିଲା।

ସମ୍ବନ୍ଧିତ ଖବର