ଚହଲ ଦ୍ୱିତୀୟ, ସୁନ୍ଦର ୩୧

ଦୁବାଇ: ସୋମବାର ଘୋଷିତ ଆଇସିସି ଟେ୍ଵଣ୍ଟି-୨୦ ମାନ୍ୟତାରେ ଭରତୀୟ ଲେଗ୍‌ ସ୍ପିନର୍‌ ୟୁଜବେନ୍ଦ୍ର ଚହଲ ୧୨ଟି ସ୍ଥାନ ଲମ୍ଫ ମାରି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ନିଦାହାସ ଟ୍ରଫି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଓ୍ଵାସିଂଟନ୍‌ ସୁନ୍ଦର ୧୫୧ରୁ ସିଧାସଳଖ ୩୧ରେ ପହଞ୍ଚିଛନ୍ତି। ସଂପ୍ରତି ଚହଲ(୭୦୬) ଜୀବନର ଶ୍ରେଷ୍ଠ ପଏଣ୍ଟ୍‌ ପାଇଥିଲା ବେଳେ ଅଫ୍‌ ସ୍ପିନର୍‌ ସୁନ୍ଦର ୪୯୬ ପଏଣ୍ଟ୍‌ କରାୟତ କରିଛନ୍ତି। ଉଭୟ ନିଦାହାସ ଟ୍ରଫିରେ ୮ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଆଫ୍‌ଗାନିସ୍ତାନର ରସିଦ୍‌ ଖାନ୍‌ ଶୀର୍ଷରେ ରହିଛନ୍ତି। ଜୟଦେବ ଉନାଦକଟ୍‌ ୫୨ତମ ଏବଂ ଶାର୍ଦୁଲ ଠାକୁର ୭୬ତମ ସ୍ଥାନରେ ରହିଛନ୍ତି। ଦୀନେଶ କାର୍ତ୍ତିକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ୧୨୬ରୁ ୯୫ତମ ସ୍ଥାନରେ ପହଞ୍ଚିଛନ୍ତି। ଶୀର୍ଷ ୧୦ ଭିତରେ କେବଳ ବିରାଟ କୋହଲି (ଅଷ୍ଟମ) ରହିଛନ୍ତି।

ସମ୍ବନ୍ଧିତ ଖବର