ଚେନ୍ନାଇ ପୁଣି ସୁପର୍‌ କିଙ୍ଗ୍‌ସ

ମୁମ୍ବାଇ : ଚେନ୍ନାଇ ସୁପରକିଙ୍ଗ୍‌ସ ପୁଣି ଥରେ ଆଇପିଏଲ୍‌ ଚାମ୍ପିଅନ୍‌ ହୋଇଛି। ଦୁଇ ବର୍ଷର ବାସନ୍ଦରୁ ଫେରିବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଏହି ଟିମ୍‌ ଚମକପ୍ରଦ ପ୍ରଦର୍ଶନ କରି ତୃତୀୟ ଥର ଏହି ସଫଳତା ହାସଲ କରିଛି। ଆଜି ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ପରାସ୍ତ କରିଛି ଚେନ୍ନାଇ। ସେନ୍‌ ଓ୍ଵାଟ୍‌ସନ୍‌ (୧୧୭*, ୫୭ ବଲ୍‌, ୧୧ ଚୌକା, ୮ ଛକା)ଙ୍କ ଆକର୍ଷଣୀୟ ଶତକ ବଳରେ ସନ୍‌ରାଇଜର୍ସ ଦେଇଥିବା ୧୭୯ ରନ୍‌ର ଲକ୍ଷ୍ୟକୁ ଚେନ୍ନାଇ ୯ ବଲ୍‌ ପୂର୍ବରୁ ହାସଲ କରିନେଇଥିଲା। ଚେନ୍ନାଇ ୭ ବର୍ଷ ପରେ ପ୍ରଥମ ଥର ବିଜେତା ହେବା ସହିତ ମୁମ୍ବାଇ ଇଣ୍ଡିଆନ୍‌ସର ସର୍ବାଧିକ ୩ ଥର କୀର୍ତିମାନର ସମକକ୍ଷ ହୋଇଛି। ପୂର୍ବରୁ ମୁମ୍ବାଇ ୨୦୧୩, ୨୦୧୫ ଏବଂ ୨୦୧୭ରେ ବିଜେତା ହୋଇଥିଲା। ସେହିଭଳି ଚେନ୍ନାଇ ଏହାପୂର୍ବରୁ ୨୦୧୦ ଓ ୨୦୧୧ରେ ବିଜେତା ମୁକୁଟ ନେଇଥିଲା। ହାଇଦ୍ରାବାଦର କେନ୍‌ ଓ୍ଵିଲିୟମ୍‌ସନ୍‌ (୭୩୫ ରନ୍‌) ଏବଂ କିଙ୍ଗସ ଏକାଦଶ ପଞ୍ଜାବର ଆଣ୍ଡ୍ରିଉ ଟାଇ (୨୪ ଓ୍ଵିକେଟ୍‌) ଯଥାକ୍ରମେ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ଓ ବୋଲର ଭାବେ କମଳା ଓ ବାଇଗଣି ଟୋପି ବିଜେତା ହୋଇଛନ୍ତି।

ସମ୍ବନ୍ଧିତ ଖବର