ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ, ମାତ୍ର ୧୩୪ରନରେ ଅଲଆଉଟ, ଭାରତ ୧୯୫ ରନ ଆଗୁଆ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଇଂଲଣ୍ଡ ୨ୟ ଟେଷ୍ଟ ମ୍ୟାଚର ୨ୟ ଦିନରେ ଭାରତ ନିଜ ସ୍ଥିତିକୁ ସୁଦୃଢ କରି ନେଇଛି ।

ଭାରତ ନିଜର ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇଯାଇଥିବାବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ମାତ୍ର ୧୩୪ ରନ କରି ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂର ସମ୍ମୁଖୀନ ହୋଇପାରିନଥିଲେ । ସ୍ପିନର ଆର. ଆଶ୍ବୀନ ୪୩ ରନ ଦେଇ ୫ ଓ୍ବିକେଟ ନେଇଛନ୍ତି । ସେହିପରି ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ୨ ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ଫଳରେ ଭାରତ ପ୍ରଥମ ଇନିଂସରେ ୧୯୫ରନରେ ଅଗ୍ରଣୀ ଅଛନ୍ତି ।

୧୯୫ ରନରେ ଅଗ୍ରଣୀ ଥାଇ ଭାରତୀୟ ଦଳ ନିଜର ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ସର୍ବଶେଷ ଖବର ମିଳିବା ପର୍ଯ୍ୟନ୍ତ ଭାରତ ୧ ଓ୍ବିକେଟ  ହରାଇ ୪୨ ରନ କରିଛି । ରୋହିତ ଶର୍ମା ୨୦ କରି ଖେଳୁଥିବାବେଳେ  ଶୁଭମନ ଗିଲ୍ ୧୪ ରନ କରି ଆଉଟ ହୋଇଛନ୍ତି ।

 

 

ସମ୍ବନ୍ଧିତ ଖବର