ନୂଆଦିଲ୍ଲୀ: ସୋମବାର ଦିନ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟସ୍ମ୍ୟାନ୍ ଚେତେଶ୍ୱର ପୂଜାରା ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। କୋଲକାତାର ଇଡେନ୍ଗାଡେନ୍ରେ ଖେଳା ଯାଉଥିବା ଏହି ଟେଷ୍ଟ ମ୍ୟାଚରେ ପୂଜାରା ଖେଳର ସମ୍ପୂର୍ଣ୍ଣ ୫ଦିନ ତଳ କ୍ରିଜରେ ରହି ବ୍ୟାଟିଂ କରିଛନ୍ତି। ଫଳରେ କୌଣସି ଟେଷ୍ଟମ୍ୟାଚ୍ରେ କ୍ରମାଗତ ୫ଦିନ ବ୍ୟାଟଂ କରିଥିବା ବ୍ୟାଟସ୍ମ୍ୟାନ୍ଙ୍କ କ୍ଲବ୍ରେ ସାମିଲ ହୋଇଛନ୍ତି ଚେତେଶ୍ୱର ପୂଜାରା। ତେବେ ଏହି ରେକର୍ଡ କରିବାରେ ସେ ହେଉଛନ୍ତି ତୃତୀୟ ଭାରତୀୟ। ତାଙ୍କ ପୂର୍ବରୁ ଭାରତୀୟ ଖେଳାଳି ଏମ୍.ଏଲ୍ ଜୟସୀମା ଏବଂ ବର୍ତ୍ତମାନ ଟିମ୍-ଇଣ୍ଡିଆର ମୁଖ୍ୟ କୋଚ ଥିବା ରବି ଶାସ୍ତ୍ରୀ ଏହି ରେକର୍ଡରେ ଅଧିକରୀ ହୋଇଛନ୍ତି।
ପୂଜାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ପ୍ରଥମ ଇନିଂସରେ ୧୧୭ ବଲ୍ରୁ ୫୨ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୨ରନ୍ କରି ଏହି ରେକର୍ଡ ହାସଲ କରିଛନ୍ତି।
ଜୟସୀମା ୧୯୬୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ଅପରାଜିତ ଓ ୭୪ ରନ୍ ସ୍କୋର କରି ରେକର୍ଡ କରିଥିବା ବେଳେ ରିବ ଶାସ୍ତ୍ରୀ ୧୯୮୪ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ଇନିଂସରେ ୧୧୧ ଓ ଅପରାଜିତ ୭ ସ୍କୋର କରି ଦ୍ୱିତୀୟ ଭାରତୀୟ ଭାବେ ଏହି ରେକର୍ଡ ହାସଲ କରିଥିଲେ।
କୌତୁହଳର ବିଷୟ ହେଲା ଏ ସମସ୍ତ ମ୍ୟାଚ କୋଲକାତାରେ ହିଁ ଖେଳା ଯାଇଥିଲା।