ସିଲି ପଏଣ୍ଟ୍‌: ସାରାଙ୍କୁ ଭଲପାଇବା ପଛରେ ବିଜୁଳି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଦେବକୁମାର ମାଇତି ନାମକ ଜଣେ ଯୁବକ ନିକଟରେ ବହୁତ ହଇରାଣ କରିଥିଲା। ନାନା ଉପାୟ କରି ସେ ସାରାଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲା। ସାରା ଯୁଆଡ଼େ ଯାଉଥିଲେ ପଶ୍ଚିମବଙ୍ଗର ୩୨ ବର୍ଷୀୟ ଯୁବକ ଦେବକୁମାର ସେଠାରେ ପହଞ୍ଚି ଯାଉଥିଲା। ଏପରିକି ପାଗଳଙ୍କ ଭଳି ବାରମ୍ବାର ସଚିନଙ୍କ ଘରକୁ ଫୋନ୍‌ କରୁଥିଲା। ଥରେ ତ ସେ ସାରାଙ୍କୁ ବିବାହ କରିବାର ପ୍ରସ୍ତାବ ନେଇ ସଚିନଙ୍କ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲା। ଏଥିରେ ଅତିଷ୍ଟ ହୋଇ ଦେବରାଜଙ୍କ ନାଁରେ ସାରା ମୁମ୍ବାଇର ଏକ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲାର ଛାନ ଭିନ କରି ପଶ୍ଚିମବଙ୍ଗର ମେଦିନାପୁରରୁ ଦେବରାଜକୁ ଗିରଫ କରିଥିଲା। ଗିରଫ ହେବା ପରେ ସାରାଙ୍କୁ ପ୍ରେମ ନିବେଦନ କରିବା ନେଇ ସେ ଯେଉଁ କାରଣ ଦର୍ଶାଇଥିଲା ତାହା ପୁଲିସ ସହ ସଚିନଙ୍କ ପରିବାରକୁ ମଧ୍ୟ ଚକିତ କରି ଦେଇଥିଲା। ଦେବରାଜ କହିଥିଲା ସାରାଙ୍କୁ ମୁଁ ଟିଭିରେ ଦେଖି ଭଲ ପାଇ ବସିଥିଲି। ଠିକ୍‌ ଏହି ସମୟରେ ବିଜୁଳିି ମାରିବାରୁ ଏହାକୁ ଏକ ଶୁଭ ସଂକେତ ଭାବି ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି। ସେତେବେଳେ ଆକାଶକୁ ଚାହିଁ ମୁଁ ପଚାରିଥିଲି ସାରା ତେନ୍ଦୁଲକର ମୋ ପତ୍ନୀ କି? ତତକ୍ଷଣାତ୍‌ ଆକାଶରେ ବିଜୁଳି ମାରିବାକୁ ଏହାକୁ ଏକ ସମ୍ମତି ଲକ୍ଷଣ ଭାବେ ମାନି ଆଗେଇ ଥିଲି। କିଛି ଦିନ ପରେ ତେନ୍ଦୁଲକରଙ୍କ କାର୍ଯ୍ୟାଳୟକୁ ଫୋନ୍‌ କରି ସାରା ମୋ ପତ୍ନୀ ମୁଁ ତାଙ୍କୁ ବିବାହ କରିବାକୁ ଚାହେଁ ବୋଲି କହିଥିଲି। ସାରାଙ୍କ ପ୍ରେମରେ ଦେବରାଜ ଏମିତି ପାଗଳ ହୋଇ ଯାଇଥିଲା ଯେ ନିଜ ମଣିବନ୍ଧରେ ଟାଟୁ କରି ‘ଦେବ୍‌ ଓ ସାରା’ ଲେଖି ଦେଇଥିଲା। ୨୦୧୧ ମସିହାରେ ସେ ଏହି ଟାଟୁ କରିଥିଲା। ସେତେବେଳେ ସାରାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା। ପୁଲିସ ଦେବରାଜକୁ ଗିରଫ କରି ଜେଲରେ ପୂରାଇ ଦେଇଥିଲେ ମଧ୍ୟ ତାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ପରିବାର ବର୍ଗ କହିଛନ୍ତି। ସାରାଙ୍କ ପାଗଳ ପ୍ରେମୀ ତାଲିକାରେ କେବଳ ଦେବରାଜର ନାଁ ନାହିଁ। ତାଙ୍କ ନାଁରେ ଏକ ନକଲି ଟ୍ଵିଟର ଆକାଉଣ୍ଟ ଖୋଲି ନୀତିନ ସିସୋଦେ ନାମକ ଜଣେ ୩୯ ବର୍ଷ ବୟସ୍କ ସଫ୍ଟଓୟାର ଇଞ୍ଜିନିୟର ଗତମାସରେ ମୁମ୍ବାଇ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର