ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା, ବକ୍ସିଂରେ ମେରିକମ୍‌ ଜିଣିଲେ ସ୍ୱର୍ଣ୍ଣପଦକ

ନୂଆଦିଲ୍ଲୀ: ଭାରତର ମହିଳା ମୁଷ୍ଠିଯୋଦ୍ଧା ମେରି କମ୍‌ ନିଜ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ଅଷ୍ଟ୍ରେଲିଆର ଗୋଲ୍ଠ କୋଷ୍ଟ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି। ମେରିକମ୍‌ ୪୫-୪୮ ବର୍ଗରେ ଉତ୍ତର ଆୟାରଲ୍ୟାଣ୍ଡର କ୍ରୀଷ୍ଟିନା ଓ ହରାଙ୍କୁ ୩୦-୨୭, ୩୦-୨୭,୨୯-୨୮,୩୦-୨୭ଓ ୨୦-୨୭ରେ ପରାସ୍ତ କରି ରାଜ୍ୟଗାଷ୍ଠୀ କୀଡ଼ା ୨୦୧୮ର ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି।
୩୫ ବର୍ଷ ବୟସ୍କ ମେରି କମ୍‌ ଦୀର୍ଘ ଦିନ ଧରି ବକ୍ସିଂ ରିଙ୍ଗରୁ ଦୂରେଇ ରହିବା ପରେ ଗତ ନଭେମ୍ବର ମାସରେ ପଞ୍ଚମ ଏସିଆନ୍‌ ଚମ୍ପିୟନସିପ୍‌ରେ ସ୍ୱର୍ଣ୍ଣ ଜିଣି ନିଜ ଦୃଢ଼ ମାନସିକ ଓ ଶାରିରୀକ ଫିଟ୍‌ନେସର ପ୍ରମାଣ ଦେଇଥିଲେ।

ସମ୍ବନ୍ଧିତ ଖବର