ସେମିରେ କଟକ କ୍ରୀଡ଼ା ଛାତ୍ରାବାସ

ହାଟଡ଼ିହି: ହାଟଡ଼ିହି ବ୍ଲକ ବଞ୍ଚୋରେ ରାଜ୍ୟସ୍ତରୀୟ ମା’ ବରାହୀ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମ୍ୟାଚରେ କଟକ ସ୍ପୋର୍ଟସ ହଷ୍ଟେଲ ୪-୩ ଗୋଲ୍‌ରେ ବାଲେଶ୍ୱର ଫକୀରମୋହନ କ୍ଲବକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିବାରୁ ଟାଇବ୍ରେକର୍‌ ହୋଇଥିଲା। ଏଥିରେ କଟକ ସ୍ପୋର୍ଟସ ହଷ୍ଟେଲ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର