ତୀରନ୍ଦାଜୀ ବିଶ୍ବକପ୍‌: ଭା‌ରତକୁ ୩ ପଦକ ଶେଷ ଦିନରେ ଦୀପିକା କାଂସ୍ୟ ଜିତି‌େଲ

ସମ୍‌ସୁନ (ତୁର୍କି): ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ ବିଶ୍ବକପ୍‌ରେ କାଂସ୍ୟ ପଦକ ଜିତିଛନ୍ତି। ଦୀପିକାଙ୍କ କାଂସ୍ୟ ସହ ଭାରତ ଏହି ପ୍ରତିଯୋଗିତାରେ ୩ (୧ ରୌପ୍ୟ ଏବଂ ୨ କାଂସ୍ୟ)ପଦକ ଜିତିଛି। ରବିବାର କାଂସ୍ୟ ମୁକାବିଲାରେ ‌ଦୀପିକା ସୁଟ୍‌ଅଫ୍‌ରେ ଲିସା ଉନ୍‌ରୁଙ୍କୁ ହରାଇଥିଲେ। ପ୍ରଥମ ୫ ସେଟ୍‌ରେ ଉଭୟ ୫-୫ ସମାନସ୍ତରରେ ରହିଥିଲେ। ସୁଟ୍‌ଅଫ୍‌ରେ ମଧ୍ୟ ଦୁହେଁ ୯ ପଏଣ୍ଟ୍‌ ପାଇଥିଲେ। ହେଲେ ଦୀପିକାଙ୍କ ତୀର କେନ୍ଦ୍ରସ୍ଥଳର ନିକଟତର ଥିବାରୁ ବିଜେତା ଘୋଷିିତ ହୋଇଥିଲେ। ଏଥିସହ ଦୀପିକା ବିଶ୍ବକପ୍‌ରେ ୫ (୪ ରୌପ୍ୟ, ୧ କାଂସ୍ୟ) ପଦକ ନିଜ ନାମରେ କରିଥିଲେ। ଶନିବାର ପୁରୁଷ କମ୍ପାଉଣ୍ଡ୍‌‌ ବ୍ୟକ୍ତିଗତ ବର୍ଗରେ ଅଭିଷେକ ବର୍ମା କାଂସ୍ୟ ଜିତିଥିଲା ବେଳେ ମିଶ୍ରିତ ଯୁଗଳରେ ଜ୍ୟୋତି ସୁରେଖା ଭେନ୍ନାମଙ୍କ ସହ ମିଶି ଭାରତକୁ ରୌପ୍ୟ ଭେଟି ‌େଦଇଥିଲେ।

ସମ୍ବନ୍ଧିତ ଖବର