ସୋଚି: ବ୍ରିଟିସ୍ ଚାଳକ ଲୁଇସ୍ ହାମିଲଟନ୍ ଫର୍ମୁଲା ୱାନ୍ ସର୍କିଟରେ ନିଜ ଯାଦୁ ଜାରି ରଖିଛନ୍ତି। ରବିବାର େସାଚି ସର୍କିଟ୍ରେ ଆୟୋଜିତ ରସିଆନ୍ ଗ୍ରାଁ ପ୍ରିରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ସେବାସ୍ତିଆନ୍ ଭେଟେଲଙ୍କୁ ବହୁ ପଛରେ ପକାଇ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ତା’ ସହ ଚଳିତ ଋତୁର ଆଉ ପାଞ୍ଚଟି ରେସ୍ ବାକିଥିଲା ବେଳେ ଚାଳକ ପଏଣ୍ଟ ତାଲିକାରେ ନିଜ ସ୍ଥାନ ପୂରା ସୁଦୃଢ଼ କରି ନେଇଛନ୍ତିି। ହାମିଲଟନଙ୍କ ସାଥୀ ଭାଲଟେରି ବୋଟ୍ଟାସ ପୋଲ ପୋଜିସନରୁ ରେସ୍ ଆରମ୍ଭ କରି ୫୩ରୁ ୨୫ ଲ୍ୟାପ୍ ପର୍ଯ୍ୟନ୍ତ ଆଗୁଆ ଥିଲେ। େତବେ ଦଳୀୟ ନିର୍ଦେଶ ପରେ ହାମିଲଟନଙ୍କୁ ଆଗକୁ ଯିବାକୁ ଦେଇଥିଲେ। ତେବେ ଉଭୟଙ୍କ ପ୍ରଦର୍ଶନ ବଳରେ ମର୍ସିଡିସ୍ ୱାନ୍-ଟୁ ଫିନିସ୍ ପାଇଥିଲା। ଫେରାରି ଚଳାଉଥିବା ଭେଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫେରାରିର ଦ୍ବିତୀୟ ଚାଳକ କିମି ରାଇକୋେନନ୍ ଚତୁର୍ଥ, ରେଡବୁଲର ମ୍ୟାକ୍ସ ଭର୍ଷ୍ଟାପେନ୍, ଡାନିଏଲ ରିକିଆର୍ଡୋ, ସୌଭର ଚାର୍ଲସ ଲେକରେକ୍, ହାସ ଦଳର କେଭିନ ମ୍ୟାଗନୁସେନ, ଫୋର୍ସ ଇଣ୍ଡିଆର ଏସ୍ତେବାନ ଅକନ, ସର୍ଗିଓ େପରେଜ ପଞ୍ଚମରୁ ଦଶମ ସ୍ଥାନରେ ରହିଥିଲେ। ଏହି ରେସ୍ ପରେ ହାମିଲଟନ୍ ୩୦୬ ଓ ଭେଟେଲ ୨୫୬ ପଏଣ୍ଟରେ ରହିଛନ୍ତି।