ପ୍ୟାରିସ୍‌ରେ ‘ୱାର୍ଲଡ୍‌ କପ୍‌ ଷ୍ଟେଜ୍‌ ଥ୍ରି’ରେ ୩ଟି ସ୍ବର୍ଣ୍ଣପଦକ ଜିଣି ବିଶ୍ବର ୧ ନମ୍ବର ମାନ୍ୟତା ବଜାୟ ରଖିଲେ ଦୀପିକା କୁମାରୀ

ନୂଆଦିଲ୍ଲୀ: ପ୍ୟାରିସ୍‌ରେ ଅନୁଷ୍ଠିତ ‘ୱାର୍ଲଡ୍‌ କପ୍‌ ଷ୍ଟେଜ୍‌ ଥ୍ରି’ରେ ରବିବାର ଦିନ ଭାରତୀୟ ତୀରନ୍ଦାଜ୍‌ ଦୀପିକା କୁମାରୀ ପୁନର୍ବାର ବିଶ୍ବର ୧ ନମ୍ବର ମାନ୍ୟତା ବଜାୟ ରଖିଛନ୍ତି।

ପ୍ରଥମ ଥର ଲାଗି ୨୦୧୨ରେ ଶୀର୍ଷ ସ୍ଥାନ ହାସଲ କରିଥିବା ରାଞ୍ଚିବାସିନୀ ୨୭ ବର୍ଷୀୟ ଦୀପିକା ତିନୋଟି ତୀରଚାଳନା ପ୍ରତିଯୋଗିତା ଯଥା:- ‘ୱିମିନ୍‌ସ୍‌ ଇଣ୍ଡିଭିଜୁଆଲ୍‌’, ‘ଉଇମିନ୍‌ସ୍‌ ଟିମ୍’ ଏବଂ ‘ଉଇମିନ୍‌ସ୍‌ ମିକ୍ସଡ୍‌’ ଟିମ୍‌ରେ ରବିବାର ଦିନ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।

Image Courtesy of Olympics

ପ୍ରଥମେ ଦୀପିକା ଅଙ୍କିତା ଭକତ ଏବଂ କୋମଲିକା ବାରିଙ୍କ ସହ ମିଶି ଅନାୟାସରେ ମେକ୍ସିକୋର ମହିଳା ତୀରନ୍ଦାଜ୍ ଦଳକୁ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଏହାପରେ, ସେ ସ୍ବାମୀ ଅତନୁ ଦାସ ସହ ମିଶି ନେଦରଲାଣ୍ଡ୍‌ସ୍‌ର ଜେଫ୍ ଭ୍ୟାନ୍‌ ଡେନ୍‌ ବର୍ଗ ଏବଂ ଗାବ୍ରିଲିଆ ‌ସ୍ଲୋଏସର୍‌ଙ୍କୁ ୫-୩ରେ ପରାସ୍ତ କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ। ତା’ପରେ ୧୭ ନମ୍ବରରେ ସ୍ଥାନୀତ ରୁଷ୍‌ର ଏଲିନା ଓସିପୋଭାଙ୍କୁ ୬୦୦ରେ ପରାସ୍ତ କରି ମହିଳା ତୀରଚାଳନା ବିଭାଗରେ ସମୁଦାୟ ତିନୋଟି ସ୍ବର୍ଣ୍ଣପଦକ ହାସଲ କରିବାରେ ସମର୍ଥ ହୋଇଥିଲେ।

ଏହାକୁ ମିଶାଇ ବିଶ୍ବ କପ୍‌ରେ ଦୀପିକା ମୋଟ୍‌ ଉପରେ ୯ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୭ଟି କାଂସ୍ୟ ପଦକ ହାସଲ କରିସାରିଲେଣି।

ସମ୍ବନ୍ଧିତ ଖବର