ଡିନ୍‌ ଜୋନ୍‌ସଙ୍କ ଟ୍ବେଣ୍ଟି-୨୦ ଦଳରେ ଧୋନି ଏକମାତ୍ର ଭାରତୀୟ

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍‌ ଡିନ୍‌ ଜୋନ୍‌ସ ତାଙ୍କ ସ୍ବପ୍ନର ସର୍ବକାଳୀନ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଦଳ ବାଛିଛନ୍ତି। ହେଲେ ବିଗତବର୍ଷର ଖେଳାଳି ଯେଉଁମାନେ ଆଦୌ ଏହି ଫଟାଫଟ୍‌ କ୍ରିକେଟ୍‌ ଖେଳିନାହାନ୍ତି ସେମାନଙ୍କୁ ଜୋନ୍‌ସ ତାଙ୍କ ଏକାଦଶରେ ସାମିଲ କରିଛନ୍ତି। କିନ୍ତୁ ସେଭଳି ଖେଳାଳି ଆଦୌ ଟ୍ବେଣ୍ଟି-୨୦ ଖେଳିନଥିଲେ ମଧ୍ୟ ‌ଯେକୌଣସି ପରିସ୍ଥିତିରେ ସେମାନେ ଖାପଖୁଆଇ ପାରିବେ ବୋଲି ଜୋନ୍‌ସ ଦାବି କରିଛନ୍ତି। ‌ତେବେ ଜୋନ୍‌ସ ତାଙ୍କ ଏହି ସ୍ବପ୍ନର ୧୧ ଜଣି ଦଳରେ ଜଣେ ମାତ୍ର ଭାରତୀୟ ଭାବେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ବାଛିଥିଲା ବେଳେ ଏବର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ଦେଇନାହାନ୍ତି। ଜୋନ୍‌ସଙ୍କ ଟ୍ବେଣ୍ଟି-୨୦ ଦଳ: ମାଥ୍ୟୁ ହେଡେନ୍‌, ଗର୍ଡନ୍‌ ଗ୍ରିନିଜ୍‌, ସାର୍‌ ଭିଭିଆନ୍‌ ରିଚାର୍ଡସ, ବ୍ରାଏନ୍‌ ଲାରା, ମାର୍ଟିନ୍‌ କ୍ରୋ, ଇଆନ୍‌ ବୋଥାମ୍‌, ମହେନ୍ଦ୍ର ସିଂହ ଧୋନି, ସେନ୍‌ ୱର୍ନ, ୱାସିମ୍‌ ଆକ୍ରାମ୍‌, କର୍ଟଲି ଆମ୍ବ୍ରୋଜ୍‌ ଓ ଜୋଏଲ୍‌ ଗାର୍ନର।

ସମ୍ବନ୍ଧିତ ଖବର