କମ୍ପ୍ୟୁଟର ସିପିୟୁରୁ ବାହାରିଲା ନାଗ

ଧଉଳି,: ଖେଲାର ସ୍ଥିତ ଏକ ସରସ୍ବତୀ ଶିଶୁମନ୍ଦିର ଅଫିସ ରୁମ କମ୍ପ୍ୟୁଟର ସିପିୟୁରୁ ଆଜି ଏକ ୫ଫୁଟିଆ ନାଗ ଉଦ୍ଧାର ହୋଇଛି। ବାଳକାଟି ଅଞ୍ଚଳରେ କାର୍ଯ୍ୟରତ ଥିବା ସ୍ନେକ ହେଲପ୍‌ଲାଇନର ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ସାପଟିକୁ ଉଦ୍ଧାର କରି ଏକ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦେଇଥିବା କହିଛନ୍ତି। ସ୍କୁଲ ସଭାକକ୍ଷରେ ଆଜି ଅପରାହ୍‌ଣ ୫ଟାରେ ବୈଠକ ଚାଲିଥିବା ବେଳେ ଉକ୍ତ କାର୍ଯ୍ୟାଳୟ ଭିତରୁ ନାଗ ବାହାରିଥିଲା।

ସମ୍ବନ୍ଧିତ ଖବର