୨୩ ବର୍ଷରୁ କମ୍‌ ଝାଡ଼ଖଣ୍ଡ ‌ଦଳରେ ଅଭ୍ୟାସ କରିବେ ଧୋନି

ରାଞ୍ଚି: ବିଶ୍ବକପ୍‌ ପରଠୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରେଇ ରହିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସକଙ୍କୁ ଭଲ ଖବର ମିଳିଛି। ‌ଧୋନିଙ୍କ ଖେଳ ଜୀବନ ସରିନାହିଁ ବୋଲି ନିକଟରେ ‌ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି କହିଥିଲା ବେଳେ ଏବେ ସେ ନିଜେ ନିଜ ରାଜ୍ୟ ଝାଡ଼ଖଣ୍ଡର ୨୩ ବର୍ଷରୁ କମ୍‌ ଦଳ ସହ ଅଭ୍ୟାସ କରିବା ଲାଗି କଥାବାର୍ତା କରିଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଲାଗି ଝାଡ଼ଖଣ୍ଡ ଦଳ ସୁରତ ଗସ୍ତ କରିସାରିଛି। ଫଳରେ ଜୟପୁରରେ ହେବାକୁ ଥିବା ଜାତୀୟ ଦିନିକିଆ ପ୍ରତିଯୋଗିତା ପୂର୍ବରୁ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଝା‌ଡ଼ଖଣ୍ଡ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଦଳର ଶିବିର ଆୟୋଜିତ ହେଉଥିବାରୁ ଏଠାରେ ସେ ଅଭ୍ୟାସ କରିବାକୁ ଆଲୋଚନା କରିଛନ୍ତି। ସଂପ୍ରତି କ୍ରିକେଟ୍‌ଠୁ ଦୂରେଇ ରହିଥିବା ଧୋନି ଜିମ୍‌ରେ ନିଜର ‌ଫିଟ୍‌ନେସ୍‌ ରଖୁଥିଲା ବେଳେ ଟେନିସ, ବ୍ୟାଡ୍‌ମିଣ୍ଟନ୍‌, ବିଲିୟାର୍ଡସ ଖେଳ ମଧ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର