ବିବାହ ପୂର୍ବରୁ ସବୁ ପୁରୁଷ ସିଂହ ହୋଇଥାନ୍ତି : ଧୋନୀ

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ କ୍ୟାପଟେନ କୁଲ ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀଙ୍କ କହିବା କଥା ଘରେ ସବୁ ନିଷ୍ପତ୍ତି ପତ୍ନୀ ସାକ୍ଷୀ ହିଁ ନେଇଥାନ୍ତି | ପତ୍ନୀଙ୍କ ନିଷ୍ପତ୍ତିରେ ତାଙ୍କର ଦଖଲ ନଥାଏ ବୋଲି ଧୋନୀ କହିଛନ୍ତି | ଏକ କାର୍ଯ୍ୟକ୍ରମରେ ୩୮ ବର୍ଷୀୟ ପୂର୍ବତନ ଅଧିନାୟକ ଧୋନୀ କହିଛନ୍ତି ଯେ ବିବାହ ହେବା ପୂର୍ବରୁ ସବୁ ପୁରୁଷ ସିଂହ ହୋଇଥାନ୍ତି | ସେ ଜଣେ ଆଦର୍ଶ ସ୍ୱାମୀ ବୋଲି କହିବା ସହ ନିଜର ସବୁ ନିଷ୍ପତ୍ତି ପତ୍ନୀ ନିଅନ୍ତୁ ବୋଲି ସେ କୌଣସିଥିରେ ହସ୍ତକ୍ଷେପ କରନ୍ତି ନାହିଁ |

ତାଙ୍କୁ ଜଣା ଯେ ପତ୍ନୀ ଖୁସି ରହିଲେ ସେ ବି ଖୁସିରେ ରହିବେ | ପତ୍ନୀ ଖୁସି ସେତେବେଳେ ରହିବେ ଯେତେବେଳେ ପତ୍ନୀଙ୍କ ସବୁ କଥାରେ ସେ ହଁ ବୋଲି କହିବେ | ଧୋନୀ କହିଛନ୍ତି ଯେ ବୟସ ବଢିବା ସାଙ୍ଗକୁ ସମ୍ପର୍କ ଶକ୍ତ ହୋଇଯାଇଥାଏ |

ଏଠାରେ ସୂଚନା ଥାଉ କି ୨୦୧୦ ମସିହାରେ ଧୋନୀ ସାକ୍ଷୀଙ୍କୁ ବିବାହ କରିଥିଲେ | ଧୋନୀ ଓ ସାକ୍ଷୀଙ୍କ ସମ୍ପର୍କକୁ ନେଇ ଫିଲ୍ମ ଏମଏସ ଧୋନୀ-ଦ ଅନଟୋଲଡ଼ ଷ୍ଟୋରିରେ ବିସ୍ତୃତ ଭାବେ ଦେଖାଯାଇଥିଲା |

ସମ୍ବନ୍ଧିତ ଖବର