ଧୋନି ପ୍ରଶଂସକଙ୍କ ମିସନ୍ ‘୧୮୩’
କୋଲ୍କାତା: ବେଙ୍ଗାଲୁରୁର ୨୨ ବର୍ଷୀୟ ଯୁବକ ପ୍ରଣବ ଜୈନ୍ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଜଣେ ବଡ଼ ପ୍ରଶଂସକ। ସେଥିପାଇଁ ସେ ଏବେ ମିସନ୍ ‘୧୮୩’ରେ ବହାରିଛନ୍ତି। ଅର୍ଥାତ୍ ପ୍ରଣବ ଧୋନିଙ୍କ ଠାରୁ ୧୮୩ ଅଟୋଗ୍ରାଫ୍ ସଂଗ୍ରହ କରିବା ଲକ୍ଷ୍ୟରେ ଅଛନ୍ତି। ଭାରତର କ୍ୟାପଟେନ୍ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନି ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ୧୮୩ ରନ୍ର ପାଳି ଖେଳିଥିଲେ। ଯାହା ଦିନିକିଆରେ ଧୋନିଙ୍କର ସର୍ବାଧିକ ବ୍ୟକ୍ତିଗତ ରନ୍। ଅଦ୍ୟାବଧି ଧୋନିଙ୍କ ଠାରୁ ପ୍ରଣବ ଗ୍ଲୋଭ୍, ବ୍ୟାଟ୍, ପୋଷ୍ଟର୍ ଓ ସ୍କେଚ୍ ସହାୟତାରେ ୧୫୩ଟି ଅଟୋଗ୍ରାଫ୍ ସଂଗ୍ରହ କରିସାରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଧୋନି ବର୍ତମାନ କୋଲ୍କାତାରେ ଏକ ବିଜ୍ଞାପନ ସୁଟିଂ କରିବାକୁ ଆସିଥିବା ବେଳେ ପ୍ରଣବ ତାଙ୍କ ଠାରୁ ଆଜି ଆଉ ୧୦ଟି ଅଟୋଗ୍ରାଫ୍ ନେବା ଲକ୍ଷ୍ୟରେ ଅଛନ୍ତି। ଯେଉଁଦିନ ଧୋନିଙ୍କ ଠାରୁ ପ୍ରଣବ ୧୮୩ ଅଟୋଗ୍ରାଫ୍ ସଂଗ୍ରହ କରିନେବେ ତା’ ପରଠାରୁ ତାଙ୍କୁ ଆଉ ଧୋନିଙ୍କ ଅଟୋଗ୍ରାଫ୍ ମିଳିବ ନାହିଁ ବୋଲି ଧୋନି କହିଥିବା କଥା ପ୍ରଣବ କହିଛନ୍ତି।